ROK THOK: ପୋଷା ଶୁଆଙ୍କ ଘୋଷା କଥା
ଆଠଗଡ: ହୋଲି ଖେଳ ହେଲା କାଳ। ହୋଲି ଖେଳ ସାରି ଆଠଗଡ ମହାନଦୀରେ ଗାଧେଇବାବେଳେ ମାମୁଁଙ୍କର ମୃତ୍ୟୁ ହୋଇଛି। ତେବେ ଭଣଜା ଉଦ୍ଧାର ହୋଇଛନ୍ତି।
ହୋଲି ଖେଳ ସାରି ଗାଧେଇବାବେଳେ ମହାନଦୀରେ ମାମୁଁ ଭଣଜା ବୁଡି ଯାଇଥିଲେ। ତେବେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଏଥିରେ ମାମୁଁର ମୃତ୍ୟୁ ହୋଇଥିବା ବେଳେ ଭଣଜା ସୁସ୍ଥ ଥିବା ଜଣାପଡିଛି।
ନରସିଂହପୁର ମାଙ୍କଡ଼ଭୂୟାଁ ଘାଟରେ ଗାଧେଇବାବେଳେ ପାଣି ଅଧିକ ଥିବାରୁ ଦୁହେଁ ପାଣିରେ ବୁଡିଯାଇଥିଲେ। ନରସିଂହପୁର ଦମକଳବାହିନୀ ଖୋଜାଖୋଜି କରି ଦୁଇଜଣଙ୍କୁ ଉଦ୍ଧାର କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ମାମୁଁ ପ୍ରକାଶ ବେହେରାଙ୍କ ମୃତ୍ୟୁ ହୋଇଛି। ତେବେ ଭଣଜା ସୁସ୍ଥ ଥିବା ଜଣାପଡିଛି।