ଅଧିକ ପଢନ୍ତୁ : କୃଷକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା
ଓଡ଼ିଶାର ପ୍ରମୁଖ ଫସଲ ଧାନ ହୋଇଥିବାରୁ ଏହାର ଫାଇଦା ଓଡ଼ିଶାର ଚାଷୀମାନେ ଭରପୁର ନେବେ । ଆଜିର ଏହି ନିଷ୍ପତି ଫଳରେ ଧାନର ଏମଏସପି ୧୪୩ ଟଙ୍କା ବୃଦ୍ଧି କରାଯାଇ କ୍ୱିଂଟାଲ ପିଛା ୨୧୮୩ଟଙ୍କା ଏବଂ “ଏ” ଗ୍ରେଡ ଧାନର ମୂଲ୍ୟ କ୍ୱିଂଟାଲ ପିଛା ୨୦୬୦ରୁ ୨୨୦୩ଟଙ୍କା ହୋଇଛି । ଅନ୍ୟାନ୍ୟ ଫସଲ ଏବଂ ଡାଲି ଜାତୀୟ ଶସ୍ୟ ଯଥା - ବାଜରା ୨୩୫୦ ରୁ ୨୫୦୦, ମାଣ୍ଡିଆ ୩୫୭୮ ରୁ ୩୮୪୬, ମକା ୧୯୬୨ ରୁ ୨୦୯୦, ହରଡ ୬୬୦୦ ରୁ ୭୦୦୦, ମୁଗ ୭୭୫୫ ରୁ ୮୫୫୮, ଚିନାବାଦାମ ୫୮୫୦ ରୁ ୬୩୭୭, ସୂର୍ଯ୍ୟମୁଖି ୬୪୦୦ ରୁ ୬୭୬୦, କପା ୬୦୮୦ ରୁ ୬୬୨୦, ସୋୟାବିନ୍ ୪୩୦୦ ରୁ ୪୬୦୦ଟଙ୍କାକୁ ବୃଦ୍ଧି କରାଯିବା ଫଳରେ ଆମ ରାଜ୍ୟର ଚାଷୀମାନେ ଅନ୍ୟାନ୍ୟ ଫସଲ ଚାଷ କରିବା ପାଇଁ ଅଧିକ ପ୍ରୋତ୍ସାହିତ ହେବେ ବୋଲି ଶ୍ରୀ ସାମଲ କହିଛନ୍ତି ।
ରାଜ୍ୟ ସରକାରଙ୍କର ଆନ୍ତରିକତା ଅଭାବ ଏବଂ ରାଜ୍ୟରେ କୃଷିର ତଥା ଧାନ ମଣ୍ଡିର ଭିତିଭୂମି ଅଭାବ କାରଣରୁ କୃଷିବହୁଳ ଆମ ରାଜ୍ୟରେ ଗତ ଖରିଫ ଏବଂ ବର୍ତମାନ ରବି ଫସଲର ଉତ୍ପାଦିତ ଧାନକୁ ଏବଂ ଅନ୍ୟାନ୍ୟ ଫସଲକୁ ଚାଷୀ ସଠିକ୍ ମୂଲ୍ୟରେ ବିକ୍ରି କରିନପାରି ବହୁ କ୍ଷତି ଅସୁବିଧାରେ ସମ୍ମୁଖୀନ ହୋଇଛି । କେନ୍ଦ୍ର ସରକାର ଧାନର ଏମଏସ୍ପି ବୃଦ୍ଧି କରି ଧାନ କିଣିବା ପାଇଁ ରାଜ୍ୟକୁ ବ୍ୟାପକ ଅର୍ଥ ପ୍ରଦାନ କରୁଥିବା ସ୍ଥଳେ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଓ ଖାମଖିଆଲି ମନବୃତି ଯୋଗୁଁ ଏବେ ବି ଅଧିକାଂଶ ମଣ୍ଡିରେ ଚାଷୀଙ୍କ ଧାନ ପଡ଼ି ଖତ ହେଉଛି । ଫଳ ସ୍ୱରୂପ ଓଡ଼ିଶାର ଚାଷୀକୂଳ ଅଭାବି ବିକ୍ରିର ସମ୍ମୁଖୀନ ହେଉଛନ୍ତି । ରାଜ୍ୟର କୃଷକ ଭାଇଭଉଣୀଙ୍କ ଆର୍ଥିକ ସ୍ଥିତି ମଜବୁତ୍ ପାଇଁ ଧାର୍ଯ୍ୟ ‘ସର୍ବନିମ୍ନ ସହାୟକ ମୂଲ୍ୟ’ ପ୍ରଦାନ କରାଇବାରେ ବିହୀତ ପଦକ୍ଷେପ ଗ୍ରହଣ କରନ୍ତୁ ରାଜ୍ୟ ସରକାର ବୋଲି ଶ୍ରୀ ସାମଲ କହିଛନ୍ତି ।