କ୍ଷମତାରେ ଥିବା ଲୋକମାନେ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଉପରେ ଅବଗତ ହୁଅନ୍ତୁ ଆଉ ନାଗରିକଙ୍କ ସୁରକ୍ଷା ପାଇଁ ଆଇନକାନୁନକୁ ସୁନିଶ୍ଚିତ କରନ୍ତୁ ବୋଲି ଟୁଇଟ କରିଛନ୍ତି ଧର୍ମେନ୍ଦ୍ର । ତେବେ ଏହି ପ୍ରସଙ୍ଗରେ ଜାତୀୟ ସ୍ତରରେ ବି ରାଜ୍ୟ ସରକାରଙ୍କୁ ନିନ୍ଦା କରାଯାଉଥିଲେ ବି ବିଜେଡି କିନ୍ତୁ ମାନିବାକୁ ନାରାଜ । ଦଳର ସାଂସଦ ଅନ୍ୟ ରାଜ୍ୟର ଉଦାହରଣ ଦେଇ କେନ୍ଦ୍ର ମନ୍ତ୍ରୀଙ୍କୁ କରିଛନ୍ତି କାଉଣ୍ଟର । ଆଉ ଟୁଇଟ ଜରିଆରେ ତାହାର କଡା ଜବାବ ରଖିଛନ୍ତି ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୂରଜ ।
ଦୁଇ ମାସ ଅନ୍ତରରେ ଦୁଇ ଦୁଇଟି ହତ୍ୟାକାଣ୍ଡ କେବଳ ରାଜ୍ୟ ରାଜନୀତି ନୁହେଁ ଝାରସୁଗୁଡା ରାଜନୀତିକୁ ବି ସଗରଗରମ କରିଛି ।
ଫାଷ୍ଟ ଟ୍ରାକ କୋର୍ଟ ରେ ଶୁଣାଣି କରି ଅପରାଧୀଙ୍କୁ କଡା ଦଣ୍ଡ ଦେବାକୁ ନବ ଦାସଙ୍କ ଝିଅ ଦିପାଲି ଦାସ ଟୁଇଟ କରିଥିବା ବେଳେ ସ୍ଥାନୀୟ ବିଜେପି ନେତା ଟଙ୍କଧର ତ୍ରିପାଠୀ ପ୍ରଶାସନକୁ କରିଛନ୍ତି ଟାର୍ଗେଟ । ଏହା ଭିତରେ ଏସଏଚଜି ଗ୍ରୁପକୁ ନେଇ ବିଜେଡି ନିର୍ବାଚନୀ ବୈଠକ କରିବା ପୁଣି ଥରେ କର୍ମୀ ନୁହେଁ କର୍ମଚାରୀ ଭରସା ଉପାଖ୍ୟାନକୁ ଝାରୁସୁଗୁଡାରେ ସାମ୍ନାକୁ ଆଣିଛି ।ସେପଟେ ଝାରସୁଗୁଡା ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ତେଜିଛି ରାଜନୀତି । ପ୍ରାର୍ଥୀ ଚୟନ ଓ ରଣନୀତି ପ୍ରସ୍ତୁତି ନେଇ ବିଜେପି-ବିଜେଡି ଓ କଂଗ୍ରେସର ଆରମ୍ଭ ହୋଇଛି କସରତ ।ସମ୍ମାନ,ସ୍ବାଭିମାନ ଓ ଅସ୍ତିତ୍ବର ଲଢେଇ ପାଇଁ ବିଜେଡି-ବିଜେପି ଓ କଂଗ୍ରେସ କସରତ କରୁଥିବା ବେଳେ ନିର୍ବାଚନ ଫଳାଫଳ ଏବଂ ଲଢିବା ଶୈଳୀ 24 ପାଇଁ ବଡ ବାର୍ତ୍ତା ଦେବ ବୋଲି ଚର୍ଚ୍ଚା ହେଉଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: