ରୋଗୀଙ୍କ ସହ ଆସୁଥିବା ଲୋକେ ଏଠି ସେଠି ନ ରହି କେଉଁଠି ପ୍ରତୀକ୍ଷାଲୟ କେତେ କରାଯାଇଛି ତାର ହିସାବ ରଖାଯାଉଛି । ପୂର୍ବ ବର୍ଷ କେନ୍ଦ୍ର ସରକାର ୫୧୦ କୋଟି ଦେଇଥିଲେ, ଏହି ବର୍ଷ ୬୩୫ କୋଟି କେନ୍ଦ୍ର ସରକାର ଦେଇଛନ୍ତି । ଭୁବନେଶ୍ୱର ଏମ୍ସରେ ଭଲ କାର୍ଯ୍ୟ ଚାଲୁଛି । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କେନ୍ଦ୍ର ସରକାରଙ୍କର ଏକ ଉଜ୍ଵଳ ଯୋଜନା ।
କିନ୍ତୁ ଓଡିଶା ସରକାର ଏଠି ଲାଗୁ କରୁନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମନ୍ତ୍ରୀ । ଗରିବ ଲୋକଙ୍କ ପାଖରେ ଏହି ଯୋଜନା ମାଧ୍ୟମରେ ୫ ଲକ୍ଷ ଟଙ୍କା ପଂହଁଚି ପାରିବ । ତେଣୁ ରାଜ୍ୟ ସରକାର ଏହି ଯୋଜନା ଲାଗୁ କରନ୍ତୁ । ଭାରତରେ ୩ ରାଜ୍ୟକୁ ଛାଡି ଦେଲେ ଆଉ ସମସ୍ତ ରାଜ୍ୟରେ ଏହି ଯୋଜନା ଚାଲିଛି । ପେପରଲେସ୍ ହସ୍ପିଟାଲ ପାଇଁ ଆସନ୍ତାବର୍ଷରୁ ଏମ୍ସରେ କାର୍ଯ୍ୟ ଚାଲିବାର ଯୋଜନା ଚାଲିଛି ।