କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା ଓଡିଶା ଗସ୍ତର ଦ୍ବିତୀୟ ଦିନରେ ଯାଜପୁର ଜିଲ୍ଲାର ଲୋକମାନଙ୍କ ସହ ଆଲୋଚନା କରିଥିବା ବେଳେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କଟକ ଜିଲ୍ଲା ବୁଲି କେନ୍ଦ୍ରୀୟ ଯୋଜନା ଗୁଡିକର ସମୀକ୍ଷା କରିଛନ୍ତି । ସେହିପରି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ତଥା କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ନିଶିଥ ପ୍ରାମାଣିକ କେନ୍ଦ୍ରାପଡା ଜିଲ୍ଲା ଓ କେନ୍ଦ୍ର ଆଦିବାସୀ ଓ ଜଳ ସମ୍ପଦ ରାଷ୍ଟ୍ର ମନ୍ତ୍ରୀ ବିଶେଶ୍ବର ଟୁଡୁ ମୟୁରଭଞ୍ଜ ଜିଲ୍ଲା ଯାଇ ସେଠାରେ ସମୀକ୍ଷା କରିବା ସହ ଲୋକଙ୍କ ଅଭିଯୋଗ ଶୁଣିଥିଲେ ।
ଏହା ବାଦ୍ କେନ୍ଦ୍ର ଶ୍ରମ ଓ ନିୟୋଜନ, ଜଙ୍ଗଲ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ, କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଅଶ୍ବୀନୀ ଚୌବେ ଭୁବନେଶ୍ବରରେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ସମୀକ୍ଷା କରିଥିଲେ । ଓଡିଶାରେ କେନ୍ଦ୍ରୀୟ ଯୋଜନା ବାଟମାରଣା ହେବାର ଅଭିଯୋଗ ଓ ଗ୍ରାଉଣ୍ଡରେ ଏହାର ଉଦାହରଣ ଅନେକ ରହିଛି । ପକ୍କା ଘର ହେଉ କି ପାନୀୟ ଜଳ ଯୋଗାଣ ସବୁଥିରେ ରାଜ୍ୟ ସରକାରଙ୍କ କାର୍ଯ୍ୟାକାରିତା ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।