ପରେ ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି)ର ୧୯ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ବ୍ଲକ୍ ଚେନ୍ ଆଧାରିତ ଟେକ୍ନୋଲୋଜି ସାହାଯ୍ୟରେ ସୁନ୍ଦରଗଡ଼ବାସୀଙ୍କ କଲ୍ୟାଣରେ ଭାଗୀଦାର ହେଉ ଏନଆଇଟି ରାଉରକେଲା । ଶିଳ୍ପ ବିପ୍ଳବ 4.0 ଓତଃପ୍ରୋତ ଭାବେ ଏଆଇ ଉପରେ ଗୁରୁତ୍ୱ ଦେଇ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବ । ଏନଆଇଟି ରାଉରକେଲା ପରି ସମ୍ମାନଜନକ ଅନୁଷ୍ଠାନ ଶିଳ୍ପ ବିପ୍ଳବ 4.0ରୁ ଉଭା ହେଉଥିବା ସୁଯୋଗର ସମ୍ପୂର୍ଣ୍ଣ ବ୍ୟବହାର କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାକୁ ଏକ ଲାବରୋଟୋରୀରେ ଭାବରେ ପରିଣତ କରିବା ପାଇଁ ଚେଷ୍ଟା କରିବା ଆବଶ୍ୟକ । ଏନଆଇଟି ରାଉରକେଲା ବ୍ଲକ ଚେନ ଆଧାରିତ ଟେକ୍ନୋଲୋଜି ସାହାଯ୍ୟରେ ସୁନ୍ଦରଗଡ଼ର ସବୁ ଲୋକଙ୍କ ସହ ସଂଯୋଗ ସ୍ଥାପନ କରିବା ଦରକାର । ଏହା ସମାଜ ପାଇଁ ଲାଭଦାୟକ ହେବ ଏବଂ କଲ୍ୟାଣକାରୀ ଯୋଜନାର ବିତରଣରେ ଅଧିକ ସ୍ୱଚ୍ଛତା, ଗତି ଏବଂ ଦକ୍ଷତା ନିଶ୍ଚିତ ହେବ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛାତ୍ରଛାତ୍ରୀଙ୍କୁ ମେଡ଼ାଲ ଓ ସ୍ନାତକ, ସ୍ନାତକୋତ୍ତର, ପ୍ଏଚଡ଼ି ଡିଗ୍ରୀ ଓ ପୁରାତନ ଛାତ୍ରଛାତ୍ରୀଙ୍କୁ ବିଶିଷ୍ଟ ଆଲୁମନାସ ପୁରସ୍କାର-2021 ପ୍ରଦାନ କରିଥିଲେ ।
ଏହା ପରେ ବିର୍ସା ମୁଣ୍ଡା ଛକରେ ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇ ଜିଲ୍ଲାବାସୀଙ୍କୁ ଅଭିବାଦନ ଜଣାଇଥିଲେ । ଏହି ରାଲିରେ ହଜାର ହଜାର ସଂଖ୍ୟାରେ ଲୋକମାନେ ଯୋଡି ହୋଇଥିଲେ । ଏଥିସହିତ ଅପରାହ୍ଣରେ ଚାମ୍ବର ଭବନ ଠାରେ ରାଉରକେଲା ଚାମ୍ବର ଅଫ୍ କମର୍ସ ଦ୍ଵାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ହୋଇଥିଲେ ସାମିଲ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।