ବରଯାତ୍ରୀ ନେଇ ଯାଉଥିବା ବୋଲେରୋଟି ଓଲଟି ପଡିବାରୁ 7 ଜଣଙ୍କର ମୃତ୍ୟୁହୋଇଥିଲା । ଦୁର୍ଘଟଣାରେ 4 ଜଣ ଗୁରୁତର ଆହତ ହୋଇଥିଲେ । ଗୁରୁତର ଆହତ ମାନଙ୍କୁ ସମ୍ବଲପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକମାନେ ହେଲେ ଅଜିତ ଖମରି, ଦିବ୍ୟ ଲୁହା, ସରୋଜ ସେଟ, ସୁମନ୍ତ ଭୋଇ, ସୁବ୍ରତ ଭୋଇ, ରମାକାନ୍ତ ଭୂୟାଁ ।
ସମ୍ବଲପୁର ଜିଲ୍ଲା ଶାସନ କେନାଲ ନିକଟରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଆହତଙ୍କ ଆଶୁ ଆରୋଗ୍ୟ ପାଇଁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା ।
ଓଁ ଶାନ୍ତି — Dharmendra Pradhan (@dpradhanbjp) March 31, 2023
ଗତକାଲି ଝାରସୁଗୁଡା ଜିଲ୍ଲା ବଡ଼ଧରା ଗାଁ ରୁ ସମ୍ବଲପୁର ଜିଲ୍ଲା ପରମାଣପୁର ଅଞ୍ଚଳକୁ ବରାଯାତ୍ରୀ ଦଳ ଯାଇଥିଲେ । ତେବେ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା ଘଟି 6 ଜଣଙ୍କ ଅକାଳ ବିୟୋଗ ଘଟିଥିଲା । ଜଣେ ନିଖୋଜ ଥିବାବେଳେ ପରେ ତାଙ୍କ କେନାଲରୁ ତାଙ୍କ ମୃତଦେହ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି । ଶାସନ ପୋଲିସ ଘଟଣାସ୍ଥଳରେ ପହଞ୍ଚି କେନାଲରୁ ବୋଲେରୋ ଗାଡି ଉଦ୍ଧାର କରି ତଦନ୍ତ ଚଳାଇଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ