ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ ନିର୍ବାଚନରେ ନୂତନ ସଭାପତି ଭାବରେ ନିର୍ବାଚିତ ହୋଇଥିବା ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକଙ୍କୁ ଅଭିନନ୍ଦନ । ସାରା ରାଜ୍ୟରେ ସେ ଜଣେ ସ୍ୱନାମଧନ୍ୟ ଆଇନଜୀବୀ ଭାବେ ପରିଚିତ । ତାଙ୍କର ସଭାପତିତ୍ୱରେ ଆସୋସିଏସନ ଆହୁରି ସୁଦୃଢ଼ ହେବ ବୋଲି ମୋର ବିଶ୍ୱାସ । — Dharmendra Pradhan (@dpradhanbjp) March 25, 2023
ବିଦ୍ୟାଧର ପ୍ରଧାନ( ଉପସଭାପତି), ଚିତ୍ତରଞ୍ଜନ ସ୍ବାଇଁ( ସମ୍ପାଦକ), ଦେବାଶିଷ ନନ୍ଦ( ଯୁଗ୍ମ ସମ୍ପାଦକ), ଦେବାଶିଷ ସ୍ଵାଇଁ( ସହ ସମ୍ପାଦକ) ଓ ଜାନକୀ କାନ୍ତ ମହାପାତ୍ର( ସହ ସମ୍ପାଦକ (ଲାଇବ୍ରେରୀ) ପଦ ପାଇଁ ନିର୍ବାଚିତ ହୋଇଛନ୍ତି ।
ଗତକାଲି(ଶନିବାର) ସକାଳ ୮ ଟା ରୁ ଆରମ୍ଭ ହୋଇ ଦିନ ୩ ଟା ପର୍ଯ୍ୟନ୍ତ ଚାଲିଥିଲା ବାର୍ ଆସୋସିଏସନ୍ ନିର୍ବାଚନ ପାଇଁ ମତଦାନ । ସମୁଦାୟ ୪ ହଜାର ୨୯୭ ଜଣ ଭୋଟରଙ୍କ ମଧ୍ୟରୁ ୩ ହଜାର ୫୫ ଜଣ ଭୋଟର ମତଦାନ କରିଥିଲେ । ତେବେ ହାଇକୋର୍ଟ ବାର ଆସୋସିଏସନର ସଭାପତି ପାଇଁ ୪ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିବା ବେଳେ ଉପ ସଭାପତି ପାଇଁ ୩ ଜଣ ପ୍ରାର୍ଥୀ,ସମ୍ପାଦକ ପଦବୀ ପାଇଁ ୭ ଜଣ ପ୍ରାର୍ଥୀ,ଯୁଗ୍ମ ସମ୍ପାଦକ ପଦବୀ ପାଇଁ ୩ ଜଣ ପ୍ରାର୍ଥୀ, ସହ ସମ୍ପାଦକ ପଦବୀ ପାଇଁ ୪ ଜଣ ପ୍ରାର୍ଥୀ, ସହ ସମ୍ପାଦକ ଲାଇବ୍ରେରୀ ପାଇଁ ୩ ଜଣ ପ୍ରାର୍ଥୀ ସହ ବାକି Executive Body Member ପାଇଁ ମଧ୍ୟ ଅନେକ ପ୍ରାର୍ଥୀ ଏହି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ।
ଅଧିକ ଓଡିଶା ଖବର ପଢନ୍ତୁ