ଅର୍ଗସ ବ୍ୟୁରୋ: ବାଲେଶ୍ବର ଟ୍ରେନ ଟ୍ରାଜେଡି। କେତେ କାହାର ସଂସାର ଉଜାଡି ଦେଇଛି। ଅନେକ ଛୁଆ ଅନାଥ ହୋଇଛନ୍ତି। ବାପା, ମା'ଙ୍କ ହାତ ମଥାରୁ ଉଠିଯାଇଛି। ତଥାପା ଜୀବନ ଆଗକୁ ବଢିବ। ତମାମ ଦୁଃଖ ଆଉ ଯନ୍ତ୍ରଣାରେ ସଂସାର ନଉକାକୁ ଆଗକୁ ବାହିବାକୁ ପଡିବ। ଖାସ୍ ସେଇଥି ପାଇଁ ଏଇ ଟ୍ରେନ ଟ୍ରାଜିଡିରେ ଅନାଥ ପିଲାଙ୍କ ପଢ଼ା ଖର୍ଚ୍ଚ ଉଠାଇବେ ବୋଲି ମନ କରିଛନ୍ତି କ୍ରିକେଟର ବିରେନ୍ଦ୍ର ସେହଓ୍ବାଗ। ଭାରତୀୟ ଟିମର ଖେଳାଳି ବିରାଟ କୋହଲି, ପୂର୍ବତନ ପ୍ଲେୟାର ମହେନ୍ଦ୍ର ସିଂ ଧୋନୀ ମଧ୍ୟ ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଏହିଭଳି ବିପଦରେ ଧୈର୍ଯ୍ୟ ରଖିବାକୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଆଉ ଅସମୟରେ ଭାରତୀୟ କ୍ରିକେଟ ଟିମ ସାଥୀରେ ଅଛି ବୋଲି କୁହାଯାଇଛି।
ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗ ଏଭଳି ଏକ ନିଷ୍ପତ୍ତି ଦେଶବାସୀଙ୍କ ମନ ଜିଣିଛି। ବାହାନଗା ଟ୍ରେନ୍ ଦୁର୍ଘଟଣା ପୀଡିତଙ୍କୁ ସହାୟତାର ହାତ ବଢାଇଛନ୍ତି ସେହୱାଗ ।
ଟ୍ୱିଟ୍ କରି ସେହୱାଗ କହିଛନ୍ତି, ଏହି ଚିତ୍ର ମୋତେ ମର୍ମାହତ କରିଛି। ଏଭଳି ଏକ ଦୁଃଖଦ ମୁହୂର୍ତ୍ତରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପିଲାଙ୍କର ପାଠ ପଢାର ତ ଧ୍ୟାନ ମୁଁ ରଖିପାରିବି। ଏହି ଅନାଥ ପିଲାଙ୍କୁ ସେହୱାଗ ସ୍କୁଲ ଅଫ୍ ବୋଡିଂରେ ମାଗଣାରେ ପାଠ ପଢାଇବାର ବ୍ୟବସ୍ଥା କରିବି। ସମସ୍ତ ମେଡିକାଲ ଟିମ୍ ଓ ସ୍ୱେଚ୍ଛାସେବୀଙ୍କୁ ମୁଁ ଧନ୍ୟବାଦ ଦେଉଛି। ଯେଉଁମାନେ ସ୍ୱଇଚ୍ଛାରେ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ । ମୁଁ ଆପଣଙ୍କ ସାଥିରେ ଅଛି।
କେବଳ ସେହୱାଗ ନୁହେଁ ଦେଶର ଜଣାଶୁଣା ଉଦ୍ୟୋଗପତି ଗୌତମ ଅଦାନୀ ମଧ୍ୟ ଅନାଥ ପିଲାଙ୍କ ପାଠ ପଢ଼ା ଖର୍ଚ୍ଚ ଉଠାଇବେ ବୋଲି ଘୋଷଣା କରିଛନ୍ତି । ଆଦାନୀ ଟ୍ୱିଟ୍ କରି କହିଛନ୍ତି, ଟ୍ରେନ୍ ଦୁର୍ଘଟଣାରେ ବାପା-ମା’ଙ୍କୁ ହରାଇଥିବା ପିଲାଙ୍କର ପାଠପଢା ଖର୍ଚ୍ଚ ଆଦାନୀ ଗ୍ରୁପ୍ କରିବ। ସେହି ଅଶୁଭ ଶୁକ୍ରବାରକୁ ଦେଶ ଭୁଲି ନ ଥିବା ବେଳେ ମଣିଷ ପଣିଆର ଏ ମହନୀୟ ଉଦ୍ୟମ ସତରେ ପ୍ରଶଂସନୀୟ।
ଅଧିକ ପଢ଼ନ୍ତୁ ଖେଳ ଖବର