କୁସୁମାକୁ ନେଇ ବିବାଦ ଘେରକୁ ଆସିଥିଲା ଯାଜପୁର । କେମିତି କୁସୁମାରେ କୋଟି କୋଟି ଟଙ୍କାର ଦୁର୍ନୀତି କରି ବବି ଦାସ ନିଜ ପକେଟ୍ ଗରମ କରିଥିଲେ ତାହାର ଖୁଲାସା କରିଥିଲା ଅର୍ଗସ ନ୍ୟୁଜ । ଖାସ କରି ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ହରିଲୁଟ୍ କରିଥିଲେ ବବି । ସତ ଧରାପଡିବା ପରେ କେତେବେଳେ କ୍ରୀଡା ବିଭାଗ ତ ଆଉ କେତେବେଳେ ଅନ୍ୟ ବିଭାଗ ଅଧୀନରେ କୁସୁମାରେ କାମ ହେଉଥିବା କହିଥିଲା ପୌର ପ୍ରଶାସନ । ହେଲେ କ୍ରାଡା ବିଭାଗ ଅଧୀନରେ କାମ ହୋଇନି ବୋଲି ବିଭାଗ ସ୍ପଷ୍ଟ କରିବା ପରେ ବବି କେମିତି ଦୁର୍ନୀତି କରିଥିଲେ ସେନେଇ ପର୍ଦ୍ଦାଫାଶ ହୋଇଥିଲା ।
ତେବେ କୁସୁମା ଦୁର୍ନୀତିକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ହେଉଥିବା ବେଳେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଯାଜପୁର ଗସ୍ତରେ ଆସି କହିଛନ୍ତି, ପୂର୍ବ ସରକାର ସମୟରେ ଜିଲ୍ଲାରେ ହୋଇଥିଲା ଶହ ଶହ କୋଟିର ବେଆଇନ ପ୍ରକଳ୍ପ । ସେ ସବୁ ପ୍ରକଳ୍ପ ମାଧ୍ୟମରେ ଗୁପ୍ତ ଟେଣ୍ଡର କରି କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି । ସବୁ ଦୁର୍ନୀତିର ତଦନ୍ତ ହେବ । ଆଇନ ଅନୁଯାୟୀ ଆକ୍ସନ ବି ହେବ ।
ରାଜ୍ୟସଭା ସାଂସଦଙ୍କଠୁ ଆରମ୍ଭ କରି ଲୋକସଭା ସାଂସଦଙ୍କ ହାତପାଣ୍ଠି ପର୍ଯ୍ୟନ୍ତ, ଯାଜପୁରରେ ଟଙ୍କା ଖର୍ଚ୍ଚ କରିବାକୁ ବାଧ୍ୟ କରାଯାଉଥିଲା । ମୋଟ୍ ଉପରେ ବିଜେଡି ସରକାର ସମୟରେ ଯାଜପୁର ସାଜିଥିଲା ଦୁର୍ନୀତିର ପ୍ରୟୋଗଶାଳା, ଯେଉଁ ମାଟିର କଥା ଇତିହାସରେ ସ୍ଵର୍ଣ୍ଣ ଅକ୍ଷରରେ ଲେଖାଯାଇଥିଲା କେବଳ ପ୍ରଣବଙ୍କ ପାଇଁ ଦୁର୍ନୀତ ଜନ୍ମ ଦେଇଥିଲା ଯାଜପୁରରେ ବୋଲି ଲୋକେ କହୁଛନ୍ତି, ସେପଟେ ଯାଜପୁର ବିଜେପି ଜିଲ୍ଲା ସଭାପତି ଗୌତମ ରାୟ କହିଛନ୍ତି ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳ ନୀତି ଆପଣାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଖୁବଶୀଘ୍ର ଯାଜପୁରର ପ୍ରତି ଦୁର୍ନୀତିର ତଦନ୍ତ ହେବ।