ରଥଯାତ୍ରା ପୂର୍ବରୁ ଅଗ୍ରାଧିକାର ଭିତ୍ତିରେ ଯାତ୍ରୀଙ୍କ ସୁବିଧା ପାଇଁ କାର୍ଯ୍ୟ କରାଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୯୦ ପ୍ରତିଶତ ଲୋକେ ଘର ପାଇଛନ୍ତି । ଏହି ଯୋଜନାରେ ଘର ପାଇଥିବା ହିତାଧିକାରୀ ସ୍ବଚ୍ଛ ଭାରତ ଯୋଜନାରେ ଶୌଚାଳୟ ନିର୍ମାଣ ପାଇଁ ୧୨ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଯାଉଛି ।
ପୁରୀ ଜିଲ୍ଲାରେ ୩ ଲକ୍ଷ ୮୦ ହଜାର ଉଜ୍ଜ୍ୱଳା ହିତାଧିକାରୀଙ୍କ ଭିତରୁ ମାତ୍ର ୧ ଲକ୍ଷ ୮୪ ହଜାର ଉଜ୍ଜ୍ୱଳା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଜଳ ନିଧି ଯୋଜନାରେ ୪ ଟି ମେଗା ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି । ସେହିପରି ଜଳ ସଞ୍ଚୟ ପାଇଁ ଅମୃତ ସରୋବର ଯୋଜନାରେ ୪ ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ମୁକ୍ତା ଯୋଜନାରେ ଚାଷୀ ଓ ଉଦ୍ୟୋଗୀଙ୍କୁ ଋଣ ଦିଆଯାଉଛି । ସ୍ଵଂୟ ସହାୟକ ଗୋଷ୍ଠୀ ମହିଳାଙ୍କୁ ହସ୍ତଶିଳ୍ପ ଓ ହସ୍ତତନ୍ତ ଯୋଜନାରେ ଅନ୍ତର୍ଭୁକ୍ତ କରି ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଅନେକ ଯୋଜନା ଚାଲିଛି । ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ରେଳ ଓ ବୟନ ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଦର୍ଶନା ଜରଦୋଶ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଜୟନ୍ତ ଷଡଙ୍ଗୀ, ଆଇଟିଡିସି ଅଧ୍ୟକ୍ଷ ସମ୍ବିତ ପାତ୍ର ଉପସ୍ଥିତ ଥିଲେ ।
ଆହୁରି ପଢନ୍ତୁ ଓଡିଶା ଖବର...