ଭୁବନେଶ୍ୱର: ଶେଷରେ ଶଯ୍ୟାଶାୟୀ କୁନି ଝିଅ ତୁଳସୀର ଚିକିତ୍ସା ପାଇଁ ପରିବାରକୁ ସହାୟତାର ହାତ ବଢାଇଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଗତକାଲି ଅର୍ଗସରେ ତୁଳସୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଖବର ପ୍ରସାରଣ ହେବା ପରେ ଆଜି ତୁଳସୀଙ୍କ ଘରକୁ ଯାଇଥିଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଢଙ୍ଗୀ । ପରେ ଏମ୍ସ କର୍ତ୍ତୁପକ୍ଷଙ୍କ ସହ ତୁଳସୀର ସ୍ବାସ୍ଥ୍ୟବସ୍ଥା ବିଷୟରେ ଆଲୋଚନା କରି ଝିଅର ଚିକିତ୍ସାର ସମ୍ପୁର୍ଣ୍ଣ ଦାୟିତ୍ୱ ବହନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ସୂଚନାଅନୁଯାୟୀ, ଦୁଇ ବର୍ଷର ଝିଅ ତୁଳସୀ ଜନ୍ମର 10 ମାସ ପର୍ଯ୍ୟନ୍ତ ସଂପୂର୍ଣ୍ଣ ସୁସ୍ଥ ଥିବା ଥିଲା । ହଠାତ ଦିନେ ତାକୁ ଫିଡ୍ସ ମାରିଲା ଏବଂ ସେହି ଦିନଠାରୁ ଅକାମୀ ହୋଇପଡ଼ି ରହିଛି ଏହି ନିରୀହ ନିଷ୍ପାପ ଶିଶୁ । କ୍ୟାପିଟାଲ ହସ୍ପିଟାଲଠାରୁ ଆରମ୍ଭ କରି କଟକ ଓ ଏମ୍ସରେ ଚିକତ୍ସା କରାଇ ନିରାଶ ହୋଇଛନ୍ତି ତୁଳସୀଙ୍କ ବାପା ଓ ମାଆ । ଅର୍ଥଭାବରୁ ତୁଳସୀର ଚିକିସା ଅଧାରେ ଅଟକି ରହିଥିବା କହିଥଲେ ତାଙ୍କ ବାପା । ଝିଅର ଚିକିସା ପାଇଁ ସରକାରଙ୍କ ଆଗରେ ଆକୁଳ ନିବେଦନ କରିଥିଲେ ସଂପୂର୍ଣ୍ଣ ପରିବାର । ତେବେ ଏହି ଖବର ଅର୍ଗସରେ ପ୍ରସାରଣ ହେବା ନେଇ ଚ୍ୟାନେଲାକୁ ଧନ୍ୟବାଦ ଜଣାଇଛନ୍ତି ପ୍ରତାପ ଷଡ଼ଙ୍ଗୀ ।
