ଅଧିକ ପଢନ୍ତୁ : ଆଜି ଭଦ୍ରକ-ନୟାଗଡ଼ ମେମୁ ଟ୍ରେନର ହେବ ଶୁଭାରମ୍ଭ
କଟକ ଜିଲ୍ଲାର ସମସ୍ତ ସରସ୍ୱତୀ ଶିଶୁ ମନ୍ଦିର ଗୁଡ଼ିକର ବିକାଶ ପାଇଁ 1 କୋଟି ଟଙ୍କାର ଅନୁଦାନ ଘୋଷଣା କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ନିଜ ସାଂସଦ ଉନ୍ନୟନ ପାଣ୍ଠିରୁ ଏହି ଅନୁଦାନ ଦେବେ ବୋଲି ଅଶ୍ୱିନୀଙ୍କ ଘୋଷଣା । ତା ସହିତ ଛାତ୍ରଛାତ୍ରୀଙ୍କୁ ସଫଳତାର ସୂତ୍ର ବତାଇଲେ କେନ୍ଦ୍ର ରେଳମନ୍ତ୍ରୀ । ଭିନ୍ନ ଭିନ୍ନ କ୍ୟାରିୟର ପାଇଁ ପିଲା ମାନଙ୍କୁ ଟିପ୍ସ ମଧ୍ୟ ଦେଲେ । ଯେଉଁଦିନ ନିଜେ ନିଜର ଲକ୍ଷ୍ୟ ଧାର୍ଯ୍ୟ କରିଦେବା ସେଦିନ ଆମ ରାସ୍ତା ସଫା ହୋଇଯିବ । ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖି ପାଠ ପଢନ୍ତୁ ଏବଂ ଜୀବନରେ ଆଗକୁ ବଢନ୍ତୁ ବୋଲି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ।