4ନମ୍ବର ୱାର୍ଡରେ ପ୍ରଚାର ପ୍ରସାର ନିମନ୍ତେ ଯେତେବେଳେ ୱାର୍ଡର ପ୍ରତିଟି ଅଞ୍ଚଳ ବୁଲିଛନ୍ତି। ସବୁ ଅଞ୍ଚଳରେ ମାଠିଆ ମୟ ଚିତ୍ର ସାମ୍ନାକୁ ଆସିଛି। କାରଣ ପୂର୍ବରୁ ସ୍ବାଧୀନ ଭାବେ ଏକାଧିକ ବାର ସନ୍ଧ୍ୟାରାଣୀଙ୍କ ସ୍ବାମୀ ଅଶୋକ ଶୁକ୍ଳା କର୍ପୋରେଟର ଭାବେ ନିର୍ବାଚିତ ହୋଇଛନ୍ତି।
ଚଳିତ ଥର ମହିଳା ସଂରକ୍ଷଣ ଥିବାରୁ ତାଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ଶୁକ୍ଳା ମଇଦାନକୁ ଓହ୍ଲାଇଛନ୍ତି। ଅଞ୍ଚଳରେ ଶହଶହ ମହିଳା ମାଠିଆ ଧରି ଏକ ବିରାଟ ରାଲି କରିଥିବା ଦେଖିବାକୁ ମିଳିଛି।