ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ପୋଲିସ ଲାଇନ ଜଗନ୍ନାଥ ମନ୍ଦିରରେ । ଛୋଟ ଶ୍ରୀବିଗ୍ରହଙ୍କୁ କାର୍ ରେ ଗୁଣ୍ଡିଚା ମନ୍ଦିର ନିଆଯାଇଛି । ମନ୍ଦିରରୁ ନୀତିକାନ୍ତି ସାରିବା ପରେ କାର୍ କୁ ଫୁଲରେ ସଜାଇବା ସହ ପଛରେ ତିନି ଠାକୁରଙ୍କୁ ବସାଇ ଗୁଣ୍ଡିଚା ମନ୍ଦିର ନିଆଯିବାର ଦୃଶ୍ୟ ଭକ୍ତଙ୍କୁ ଆନନ୍ଦିତ କରିଥିଲା ।
କରୋନା କାଳରେ ପୂର୍ବ ବର୍ଷ ପରି କଟକଣାରେ ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରଥକୁ ନ ଛୁଇଁ ପାରି ଭକ୍ତମାନେ ନିରାଶ ହୋଇଛନ୍ତି ।