ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ଶ୍ୱତ୍ୱ ଲିପିରେ ମୁକ୍ତି ମଣ୍ଡପ ସଭାରେ ୨୪ଟି ଗାଁକୁ ସାମିଲ କରାଯାଇଥିବାବେଳେ ଆଉ ଅଧିକା ୫ଟି ଗାଁକୁ ସାମିଲ କରାଯାଇଛି । ଯାହାକୁ ନେଇ ୧୯୯୨ରୁ ମାମଲା ବିଚାରାଧୀନ ରହିଛି । ଏବଂ ସରକାର ଓ ପ୍ରଶାସନ ନିଜର ପକ୍ଷ ରଖିଆସୁଛନ୍ତି । ମାତ୍ର ଷଡ଼ଯନ୍ତ୍ର ପୂର୍ବକ ୫ଟି ଗାଁକୁ ସାମିଲ କରିବାକୁ କଳ,ବଳ,କୌଶଳ ପ୍ରୟୋଗ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ମୁକ୍ତି ମଣ୍ଡପ ବ୍ରାହ୍ମଣ ସୂର୍ଯ୍ୟନାରାୟଣ ରଥ ।
କେସ୍ ଜିତିବା ପାଇଁ ସାକ୍ଷୀ ମାଧ୍ୟମରେ ଏକ ନକଲି ଗେଜେଟ୍ ପ୍ରସ୍ତୁତ କରାଯାଇଥିବା ଶ୍ରୀ ରଥ କହିଛନ୍ତି । ଏହି ନକଲି ଗେଜେଟକୁ କୋର୍ଟରେ ଦର୍ଶାଇ ୨୪ ପରିବର୍ତ୍ତେ ୨୯ ଗାଁକୁ ମୁକ୍ତିମଣ୍ଡପରେ ସାମିଲ କରିବାକୁ ଷଡ଼ଯନ୍ତ୍ର ହୋଇଥିବା ବେଳେ ଆଇନ ଅନୁଯାୟୀ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।