କଷ୍ଟ ଅସହ୍ୟ ହେବା ପରେ ନିଜ ଜାଗାରେ ପଥର ରଖି ପାଖରେ ଆଶ୍ରୟ ନେଇ ଅପେକ୍ଷା କରିଛି। କେତେବେଳେ ପାଳି ପଡ଼ିବ। ସାର ନେଇ ଗଲେ କ୍ଷେତରେ ପକାଇବ। ସେପଟେ ବଜାରରେ ବି ଦେଖା ଦେଲାଣି ସାରର ଅଭାବ। ଯେଉଁ କେତୋଟି ବ୍ୟବସାୟୀ ସାର ବିକୁଛନ୍ତି। ଚାଷୀଙ୍କୁ ମନଇଚ୍ଛା ଦର କହି ଲୁଟୁଥିବାର ଅଭିଯୋଗ ହୋଇଛି। ଏନେଇ ଲ୍ୟାମ୍ପ୍ସ ଅଧିକାରୀଙ୍କ କହିବା କଥା ଆବଶ୍ୟକୀୟ ଅନୁସାରେ ସାର ଆସୁନଥିବାରୁ ଏମିତି ସଂକଟ ସୃଷ୍ଟି ହୋଇଛି।ଖାଲି ସୁନ୍ଦରଗଡ଼ କାହିଁକି କେନ୍ଦୁଝରରେ ବି ସମାନ ସ୍ଥିତି। ସାର ପାଇବାକୁ ଲମ୍ବା ଲାଇନ ଲଗେଇ ଅପେକ୍ଷାରତ ଶହ ଶହ ଚାଷୀ। ତେବେ ଏନେଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ପଚାରିବାରୁ ତାଙ୍କ କହିବା କଥା ଆବଶ୍ୟକତା ଅନୁସାରେ ସାର ଆସୁନି।
ଯାହା ଫଳରେ ଉପୁଜୁଛି ଏଭଳି ସମସ୍ୟା। କେବଳ କେନ୍ଦୁଝର ଜିଲ୍ଲାରେ ମୋଟ ୧୨ ହଜାର ୫୫୬ ମେଟ୍ରିକ ଟନ୍ ସାର ଆବଶ୍ୟକତା ରହିଥିବା ବେଳେ ଏବେ ପର୍ଯ୍ୟନ୍ତ ଆସିଛି ମାତ୍ର ୫୧୬୭ ମେଟ୍ରିକ ଟନ୍ ସାର। ମାନେ ଆବଶ୍ୟକତାଠୁ ଅଧାରୁ ବି କମ୍। ପ୍ରତି ବର୍ଷ ଏମିତି ସମସ୍ୟା ଭୋଗୁଛନ୍ତି ରାଜ୍ୟର ପ୍ରତିଟି ଚାଷୀ। ତେବେ ଏଠି ପ୍ରଶ୍ନ।ସାରର ଏ ଅଭାବ ପାଇଁ କିଏ ଦାୟୀ ? ଇଏ କମ ଯୋଗାଣର ପ୍ରଭାବ ନା କଳବଜାରୀର ପ୍ରଭାବ ? ଯଦି ସରକାରଙ୍କ ପାଖରେ ସାର ନାହିଁ ତେବେ ବଜାରରେ କେମିତି ମିଳୁଛି ଚଢ଼ା ଦରରେ ? ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଚାଷୀ। ପ୍ରତିବର୍ଷ ଚାଷୀ ସମାନ ସମସ୍ୟାର ସମ୍ମୁଖୀନ ହେଉଥିଲେ ବି ଏଦିଗରେ ନିଦାବିଷ୍ଣୁ ସରକାର। 23 ବର୍ଷର ସ୍ଥିର ଶାସନ ପରେ ବି ବାହାରି ପାରୁନି ଚାଷୀଙ୍କ ମୌଳିକ ସମସ୍ୟାର ସମାଧାନ।
ଅଧିକ ପଢ଼ନ୍ତୁ ଓଡିଶା ଖବର: