ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ରାସ୍ତା ଘାଟ, କୃଷି ଆଦି କାର୍ଯ୍ୟକ୍ରମ ଅଗ୍ରଗତି ଓ ସ୍ଥିତି ଉପରେ ସମୀକ୍ଷା କରିଥିଲେ । ସେହିଭଳି ଜିଲ୍ଲାର ନନ୍ଦପୁର, ଜୟପୁର , ବୋରିଗୁମା ଓ କୋରାପୁଟ ବ୍ଲକର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିବାବେଳେ ଉକ୍ତ ଅଞ୍ଚଳରେ ଚାଲିଥିବା ଶିକ୍ଷା, ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ ସହିତ ସ୍ୱୟଂ ସହାୟକ ଦଳ ଦ୍ଵାରା ଚାଲୁଥିବା କାର୍ଯ୍ୟକ୍ରମ ବୁଲି ଦେଖିଛନ୍ତି ।
ସେହିଭଳି ସମସ୍ତ ଜନତା କିପରି ବିମାନ ସେବା ପାଇପାରିବେ ସେଥିନେଇ କୋରାପୁଟ ଜିଲ୍ଲାରୁ କାର୍ଯ୍ୟ ଆରମ୍ଭ କରାଯାଉଛି । ଆସନ୍ତା ଜୁନ୍ ପ୍ରଥମ ସପ୍ତାହରୁ ଭୁବନେଶ୍ଵରରୁ ଜୟପୁର ଓ ବିଶାଖାପାଟଣାକୁ ବିମାନ ଚଳାଚଳ କରିବା ଲକ୍ଷ୍ୟ ରଖାଯାଇ ସମସ୍ତ କାର୍ଯ୍ୟ ଶେଷ ହୋଇଛି । ଏହି କାର୍ଯ୍ୟ ସଫଳ ହେଲେ ଦେଶର ବିଭିନ୍ନ ରାଜ୍ୟରେ ଏହା କାର୍ଯ୍ୟକାରୀ କରାଯିବ ଏବଂ ସମସ୍ତ ଜନତା ବିମାନ ସେବା ପାଇବା ଲକ୍ଷ୍ୟ ରଖାଯାଇଛି ବୋଲି ପ୍ରକାଶ କରିଛନ୍ତି । ଏହାସହ ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମ ସମ୍ପର୍କରେ ନିତି ଆୟୋଗଙ୍କୁ ଜଣାଇ ଦିଆଯିବ ବୋଲି କହିଛନ୍ତି ।