ଭୁବନେଶ୍ୱର: ଉତ୍କଳ କନିକା ଗ୍ୟାଲେରିଆ ମଲ ଜବରଦଖଲ ମାମଲା । ଆଜି ମଲ ସମ୍ପୁଖରେ ବିଜେପି ପକ୍ଷରୁ ଧାରଣା ଦିଆଯାଇଛି । ପ୍ରତିବାଦ ପରେ ପ୍ରତିକ୍ରିୟା ରଖିଛନ୍ତି ମଲ କର୍ତ୍ତୃପକ୍ଷ । ସେ କହିଛନ୍ତି ଯେ, ସୌନ୍ଦର୍ଯ୍ୟକରଣ ପାଇଁ ବିଏମସିଠୁ ଅନୁମତି ନିଆଯାଇଛି । ଏ ସମ୍ପର୍କରେ ବିଏମସି ନିକଟରେ ସତ୍ୟାପଠ ଦାଖଲ କରାଯାଇଛି । ତେବେ ସରକାର ଯଦି ଚାହାନ୍ତି, ତେବେ ଉଚ୍ଛେଦ କରିପାରିବେ ବୋଲି ସେ କହିଛନ୍ତି ।
ପୁଣି ଚର୍ଚ୍ଚାରେ ଉତ୍କଳ କନିକା ଗ୍ୟାଲେରିଆ ମଲ୍ । ବିବାଦ ନେଲା ଏବେ ନୂଆ ମୋଡ଼ । ସରକାରୀ ଜମି ଉପରେ ସୌନ୍ଦର୍ଯ୍ୟକରଣ ହୋଇଛି ମାନୁଛନ୍ତି ଖୋଦ ମଲ୍ କତୃପକ୍ଷ। ଖାଲି ଏତିକି ନୁହେଁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ବିଏମସି ନିଜେ ଅନୁମତି ଦେଇଥିଲା ବୋଲି କହୁଛନ୍ତି ମଲ୍ କତୃପକ୍ଷ । ସରକାର ଉକ୍ତ ସ୍ଥାନକୁ ଉଚ୍ଛେଦ କଲେ କୌଣସି ଆପତ୍ତି ନାହିଁ ବୋଲି କହୁଛନ୍ତି ମଲ୍ କତୃପକ୍ଷ । ତେବେ କାହିଁକି ମଲରେ ହାତ ମାରିବା ପାଇଁ ସାହସ ଜୋଟେଇ ପାରୁନାହାଁନ୍ତି ବିଏମସି ଓ ପୂର୍ତ୍ତ ବିଭାଗ । କାହା ଭୟରେ ବ୍ୟାକଫୁଟକୁ ଚାଲି ଯାଉଛନ୍ତି ପ୍ରଶାସନ । କେଉଁ ଅଦୃଶ୍ୟ ଶକ୍ତି ଏହା ପଛରେ କାମ କରୁଛି । ସରକାର ନିଜ ଜାଗା ଭାଙ୍ଗିବେ ହେଲେ କାହିଁକି ମଲର ଜବରଦଖଲ ଉପରେ ହାତ ଲଗାଉନାହାଁନ୍ତି । ଯାହାକୁ ନେଇ ଏବେ ସୃଷ୍ଟି ହୋଇଛି ପ୍ରଶ୍ନ ।
ଉତ୍କଳ କନିକା ଗ୍ୟାଲେରିଆ ମଲ ଘଟଣାକୁ ନେଇ ଆଜି ରାଜରାସ୍ତାକୁ ଓହ୍ଲାଇଥିଲା ଭୁବନେଶ୍ୱର ବିଜେପି । ମାଉସା ମା ମନ୍ଦିର ଛକରୁ କଳ୍ପନା ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପପ୍ରସାରଣ ପାଇଁ ବିଏମସି ବିଲ୍ଡିଂ, ରାଜ୍ୟ ସଂଗ୍ରହାଳୟ, ବିଜେବି କଲେଜ, ଭଞ୍ଜକଳା ମଣ୍ଡପର କିଛି ଅଂଶ ଭଙ୍ଗାଯିବ । ହେଲେ ସରକାରୀ ଜାଗାରେ ମଲ ସୌନ୍ଦର୍ଯ୍ୟକରଣକୁ କାହିଁକି ଉଚ୍ଛେଦ କରାଯାଉନି ବୋଲି ବିଜେପି ପ୍ରଶ୍ନ କରିଛି । ଏହା ପୂର୍ବରୁ ଚାରିରୁ ପାଞ୍ଚ ଥର ମଲ ସୌନ୍ଦର୍ୟ୍ୟକରଣକୁ ଉଚ୍ଛେଦ କରିବା ପାଇଁ ବିଏମସି ଆସି କାହିଁକି ଫେରି ଚାଲି ଯାଉଥିଲା ବୋଲି ବିଜେପି ପ୍ରଶ୍ନ କରିଛି । ଖାଲି ଏତିକି ନୁହେଁ ତତ୍କାଳିନ ପୋଲିସ ଡିଜି ବିକେ ଶର୍ମା ମଲରେ ତାଲା ପକେଇଥିଲେ ବୋଲି ତାଙ୍କ ପଦ ଯାଇଥିଲା ବୋଲି ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା । ତେବେ କାହିଁକି ଗୋଟିଏ ମଲକୁ ଏତେ ଅନୁକମ୍ପା ଦିଆଯାଉଛି ବୋଲି ଅଭିଯୋଗ କରିଛି ବିଜେପି ।
ସରକାରୀ ସ୍ଥାନରେ ସୌନ୍ଦର୍ଯ୍ୟକରଣ ହୋଇଛି ବୋଲି ମଲ କତୃପକ୍ଷ ନିଜେ ସ୍ୱୀକାର କରୁଛନ୍ତି । ହେଲେ ପ୍ରଶାସନ କାହିଁକି ସମ୍ପୃକ୍ତ ସ୍ଥାନକୁ ହାତ ମାରିପାରୁ ନାହିଁ ବୋଲି ଏବେ ସାଧାରଣରେ ଉଠିଲାଣି ପ୍ରଶ୍ନ ।
ଅର୍ଗସ ବ୍ୟୁରୋ : ଭୂମିକମ୍ପରେ ଥରିଲା ମେଘାଳୟ । ଆଜି ସନ୍ଧ୍ୟା ପ୍ରାୟ ୬.୧୫ରେ ଅନୁଭୂତ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରହିଛି । ଭୂମିକମ୍ପ ଯୋଗୁଁ, ମେଘାଳୟ, ଆସାମ ସହ ତ୍ରିପୁରା ଏବଂ ପଶ୍ଚିମବଙ୍ଗରେ ମଧ୍ୟ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରେକର୍ଡ ହୋଇଛି।
ଅଧିକ ପଢନ୍ତୁ ଭାରତ ଖବର
ସଂସ୍ଥା କହିଛି ଯେ ଭୂପୃଷ୍ଠରୁ ୧୦ କିମି ଗଭୀରରରେ ଏହା ସୃଷ୍ଟି ହୋଇଥିଲା । ମେଘାଳୟରେ ସବୁଠାରୁ ଅଧିକ ତୀବ୍ରତାର ଝଟକା ଅନୁଭବ ହୋଇଛି । ଏହାବାଦ ପଶ୍ଚିମବଙ୍ଗ ଓ ଆସାମର କିଛି ସ୍ଥାନରେ ମଧ୍ୟ ଲୋକମାନେ ଝଟକା ଅନୁଭବ କରିଛନ୍ତି । ହଠାତ୍ ଭୂମିକମ୍ପ ଫଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ଧନ-ଜୀବନ କ୍ଷତି ନେଇ ସୂଚନା ମିଳିନାହିଁ।
ଅର୍ଗସ ବ୍ୟୁରୋ : ରାଜସ୍ଥାନର ଚିତ୍ତୋରଗଡ଼ରେ ବିଶାଳ ରାଲି କରିଛନ୍ତି ପିଏମ ମୋଦି। ଏହି ଅବସରରେ ସାନୱାଲିଆ ସେଠ୍ ମନ୍ଦିର ଯାଇ ଦର୍ଶନ କରିବା ସହ ଚିତ୍ତୋରଗଡରେ ପ୍ରାୟ 7 ହଜାର କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିବା ସମୟରେ ପ୍ରଧାନମନ୍ତ୍ରୀ ରାଜସ୍ଥାନର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
କଂଗ୍ରେସ ସରକାରରେ ରାଜସ୍ଥାନ ଅପରାଧ ତାଲିକାଲେ ଶୀର୍ଷରେ ରହିବା ଏକ ଲଜ୍ଜାଜନକ ବୋଲି କହିଛନ୍ତି ମୋଦି । ଅପାରଗ ସରକାରକୁ ଟାର୍ଗେଟ୍ କରି କହିଛନ୍ତି ପାଞ୍ଚ ବର୍ଷ ଧରି ରାଜସ୍ଥାନକୁ କେବଳ ଲୁଟିଛି କଂଗ୍ରେସ ସରକାର। ଏବେ ଗେହଲଟ ସରକାର ବିଦାୟ ନେବାର କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି। ବିଜେପିକୁ କ୍ଷମତାକୁ ଆଣିବାକୁ ରାଜସ୍ଥାନବାସୀ ମନ ବଳାଇସାରିଛନ୍ତି। ବିଜେପି କ୍ଷମତାକୁ ଆସିଲେ ଭ୍ରଷ୍ଟାଚାରୀଙ୍କୁ ମାଫ୍ କରାଯିବ ନାହିଁ। ପେପର ଲିକ୍ ମାଫିଆଙ୍କୁ ପାତାଳରୁ ବି ଖୋଜି ବାହାର କରି ଦଣ୍ଡ ଦିଆଯିବ।