ଭୁବନେଶ୍ୱର: ୧୧ ଡିସେମ୍ବର ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଜାନୁଆରୀ ୫ ତାରିଖରେ ସାଧାରଣ ବିଦ୍ୟାର୍ଥୀ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ଦିଲ୍ଲୀ ପୋଲିସ ଗତକାଲି ସାମ୍ବାଦିକ ସମ୍ମିଳନୀରେ କରି କମ୍ୟୁନିଷ୍ଟ ସଂଗଠନର ସମୃକ୍ତି ସମ୍ବନ୍ଧରେ ପର୍ଦାଫାସ କରିଛନ୍ତି । କମ୍ୟୁନିଷ୍ଟ ମାନେ ଯେଉଁଭଳି ଭାବେ କ୍ୟାମ୍ପସରେ ବିଦ୍ୟାର୍ଥୀମାନଙ୍କ ଉପରେ ମାରଣାତ୍ମକ ଆକ୍ରମଣ କରିବା ପରେ ସମସ୍ତ ଜନସାଧାରଣଙ୍କୁ ଭ୍ରମିତ କରିବା ଉଦ୍ୟମ ବିଫଳ ହୋଇଛି ।
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଉତ୍କଳ ବିଶ୍ୱବିଦ୍ୟାଳୟ ଶାଖା ତରଫରୁ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇ ହିଂସାରେ ସଂପୃକ୍ତ ଥିବା ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ସଭାପତି ସମେତ ଅନ୍ୟ ସମସ୍ତ ଦୋଶୀଙ୍କ ବିରୁଦ୍ଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । କମ୍ୟୁନିଷ୍ଟ ମାନଙ୍କ ଦ୍ୱାରା ସାଧାରଣ ବିଦ୍ୟାର୍ଥୀ ମାନଙ୍କ ଉପରେ ହୋଇଥିବା ମାରଣାତ୍ମକ ଆକ୍ରମଣକୁ ଛାତ୍ର ସମାଜ କଦାପି କ୍ଷମା କରିବ ନାହିଁ ବୋଲି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ମଲ୍ଲିକ ପ୍ରକାଶ କରିଛନ୍ତି ।
ଯେଉଁମାନେ ଛାତ୍ର ସମାଜ ଭିତରେ ନିଜର ବିଚାରଧାରାକୁ ବଳ ପୂର୍ବକ ଥାପି ଦେବାକୁ ଯାଇ ହିଂସାକୁ ପ୍ରୋତ୍ସାହନ ଦେଉଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ଦାବି କରିଛନ୍ତି । ଏହି ବିକ୍ଷୋଭରେ ଉତ୍କଳ ବିଶ୍ୱବିଦ୍ୟାଳୟର ବହୁ ବିଦ୍ୟାର୍ଥୀ ଯୋଗଦେଇ ଜେଏନ୍ୟୁ କମ୍ୟୁନିଷ୍ଟ ମାନଙ୍କ ଦ୍ୱାରା ଘଟିଥିବା ହିଂସାର ବିରୋଧ କରିଥିଲେ ।
