COWIN ପୋର୍ଟାଲରେ ପଞ୍ଜିକରଣ କରିଥିବା କିଶୋର ନେଉଛନ୍ତି ଟିକା । ଆଜି ସକାଳ 8ଟା ରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ଟିକାକରଣ । ଭୁବନେଶ୍ୱରରେ 35ଟି ଟିକାକାରଣ କେନ୍ଦ୍ରରେ ଦିଆଯାଉଛି ଭ୍ୟାକ୍ସିନେସନ । ଗୋଟିଏ ଦିନରେ 250 ଜଣଙ୍କୁ ଟିକାକରଣ କରାଯିବ । 200 ଜଣ ସ୍ଲଟ ବୁକିଂ ଏବଂ 50 ଜଣ ସ୍ପଟ ବୁକିଂ କରି ଟିକା ନେଇପାରିବେ । ଏବେ ରାଜ୍ୟରେ 2 ହଜାର 600 ଟିକାକରଣ କେନ୍ଦ୍ର ଅଛି । ସେଥିମଧ୍ୟରୁ କିଛି ସ୍ୱତନ୍ତ୍ର କିଶୋର ଟିକାକରଣ କେନ୍ଦ୍ର ରହିବ । କିନ୍ତୁ ଅନ୍ୟ ସମସ୍ତ ଟିକାକରଣ କେନ୍ଦ୍ରରେ ବି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କିଶୋର ଟୀକା ନେଇପାରିବେ । ଏପରିକି ଟିକାକରଣ କେନ୍ଦ୍ରରେ ଅନସାଇଟ ସ୍ପଟ ବୁକିଂ କରି ମଧ୍ୟ ଟୀକା ନେଇପାରିବେ 15ରୁ 18 ବର୍ଷ ବୟସ୍କ ।
୧୫-୧୮ବର୍ଷ ବୟସ୍କଙ୍କର ଚାଲିଛି ଟିକାକରଣ

ଅର୍ଗସ ବ୍ୟୁରୋ: ଆଜିଠୁ ସାରା ଦେଶରେ ଆରମ୍ଭ ହୋଇଛି କିଶୋରଙ୍କ ଭ୍ୟାକ୍ସିନେସନ । 15-18 ବର୍ଷ ବୟସ୍କଙ୍କର ଚାଲିଛି ଟିକାକରଣ । ଓଡ଼ିଶାରେ ବି ଆରମ୍ଭ ହୋଇଛି ଟିକାକରଣ ଅଭିଯାନ ।
Download Argus News App
