ଭୁବନେଶ୍ଵର: କୋଭିଡ୍ ଟିକାକରଣକୁ ନେଇ ରାଜ୍ୟରେ ଆରମ୍ଭରୁ ସମସ୍ୟା। ଆନ୍ଦୋଳନରେ ବସିଥିବା ପାରାମେଡିକାଲ୍ ଷ୍ଟାଫ ଟିକା ନେଇନଥିବା ବେଳେ ସେମାନଙ୍କ ନିକଟକୁ ଏସଏସଏମଏସ୍ ଆସିଛି। ସଫଳତାର ସହ ଟିକା ନେଇ ସାରିଥିବା ମେସେଜରେ କୁହାଯାଇଛି । ତେବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାର ବିଭାଗର ସଫେଇ ୱେବସାଇଟରେ ତ୍ରୁଟି ଯୋଗୁଁ ଏପରି ହୋଇଛି।
କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ନାଁରେ ଆସିଛି ଏସଏମଏସ୍ । କୃଷ୍ଣଚନ୍ଦ୍ରଙ୍କୁ କିଏ ଟିକା ଦେଲେ ତାଙ୍କ ନାଁ ବି ଲେଖା ହୋଇଛି । ସଫଳତାର ସହ ଆପଣ ଟିକା ନେଲେ ବୋଲି କୁହାଯାଇଛି । କୃଷ୍ଣଚନ୍ଦ୍ର ହେଉଛନ୍ତି ଆନ୍ଦୋଳନରତ ପାରାମେଡିକାଲ୍ କର୍ମଚାରୀ, ଯିଏ କି କାର୍ଯ୍ୟରୁ ନିବୃତ ହେବା ପରେ ଲୋୟର ପିଏମଜିରେ ଆନ୍ଦୋଳନରେ ବସିଛନ୍ତି । ତାଙ୍କ ପାଖକୁ ଫୋନ ଆସିଥିଲେ ମଧ୍ୟ ସେ ଟିକା ନେଇନଥିଲେ । କିନ୍ତୁ ପରେ ଏଭଳି ଏସଏମଏସ୍ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କୋରୋନା କାର୍ଯ୍ୟ ବେଳେ ଧୋକା ପରେ ପୁଣି ଟିକାକରଣକୁ ନେଇ ସରକାର ଆଉ ଏକ ଧୋକା ଦେଇଥିବା ଆନ୍ଦୋଳନରତ ପାରାମେଡିକାଲ୍ କର୍ମଚାରୀ ଓ ଏଏନଏମ୍ କହିଛନ୍ତି ।
କୋୱିନ ପୋର୍ଟାଲରେ ମଝିରେ ମଝିରେ ଟେକ୍ନିକାଲ୍ ପ୍ରୋବଲେମ ଦେଖା ଦେଉଥିବାରୁ ଏପରି ଭୁଲ ମେସେଜ ଚାଲି ଯାଇଛି । ଦୁଇ ତିନି ଜଣଙ୍କୁ ଏମିତି ମେସେଜ ଚାଲି ଯାଇଥିବା ସେ କହିଛନ୍ତି । ଯେଉଁ ମାନଙ୍କୁ ଏମିତି ମସେଜ ଚାଲି ଯାଇଛି ସେମାନଙ୍କୁ ଡାକି ଆମେ ପରେ ଟିକା ଦେବୁ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ କହିଛନ୍ତି ।
ଯେଉଁମାନେ ଟିକା ନେଇନାହାଁନ୍ତି ସେମାନଙ୍କୁ ପୁଣି ରିସିଡ୍ୟୁଲ୍ କରାଯାଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 68 ହଜାର 743 ଜଣଙ୍କୁ ଟିକାକରଣ କରାଯାଇଛି । ବୁଧବାର ରାଜ୍ୟରେ 93 ଟି ସେସନରେ 7946 ଜଣଙ୍କୁ ଟିକାକରଣ କରାଯାଇଛି । ଯାହା 89 ପ୍ରତିଶତ । ଭୁବନେଶ୍ୱରରେ 17 ଟି ସେସନ 1674 ଜଣଙ୍କୁ ଟିକାକରଣ ହୋଇଛି । ଯାହା 108 ପ୍ରତିଶତ । ଭୁବନେଶ୍ୱରରେ ମୋଟ୍ 5849 ଜଣଙ୍କୁ ଟିକା କରଣ କରାଯାଇଛି । ଗତକାଲି କେଉଁଠି ବି ସାମାନ୍ୟ ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଇନି । ଯେଉଁ ଭଳି ଲୋକମାନଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳୁଛି ସରକାରଙ୍କ ଶତ ପ୍ରତିଶତ ଲକ୍ଷ୍ୟ ପୂରଣ ହେବ ବୋଲି କୁହାଯାଉଛି।
ଆସନ୍ତା ସପ୍ତାହରେ କୋଭାସ୍କିନର ଅଧିକ ଡୋଜ ପହଁଚିବ । ପ୍ରଥମ ପର୍ଯ୍ୟାୟରେ ପଞ୍ଜିକୃତ 3 ଲକ୍ଷ 38 ହଜାରଙ୍କ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ 1 ଲକ୍ଷ 92 ହଜାର 555 ଜଣଙ୍କୁ ଟିକା ଦିଆଯିବ।