ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ପ୍ରାୟ ୧୪ ଲକ୍ଷ ଡୋଜ ଉପଲବ୍ଧ ଅଛି । ଆବଶ୍ୟକତା ଅନୁସାରେ ଟୀକାକରଣ କେନ୍ଦ୍ର ଖୋଲିବାକୁ ସବୁ ଜିଲ୍ଲାକୁ ନିର୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ସ୍କୁଲରେ ବି ଟୀକାକରଣ କେନ୍ଦ୍ର ଖୋଲାଯିବ । ସଠିକ ସମୟରେ ସମସ୍ତେ ଟୀକା ନେଲେ ମାସେ ମଧ୍ୟରେ ୧୫-୧୮ ବର୍ଷ ପିଲାଙ୍କ ଟୀକାକରଣ ଶେଷ ହେବ ।
ଟୀକାକରଣ କେନ୍ଦ୍ରରେ ସକାଳ ସମୟରେ ୧୫-୧୮ ବର୍ଷ ପାଇଁ ଟୀକାକରଣ ହେବ । ଅପରାହ୍ନରେ ଅନ୍ୟମାନଙ୍କ ଟୀକାକରଣ ହେବ । ୧୫-୧୮ ବର୍ଷ ପିଲାଙ୍କ ସହ ଅଭିଭାବକ ଆସିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।
ସେହିପରି ୬୦ ବର୍ଷରୁ ଉର୍ଦ୍ଧ୍ବ ଓ ଦୁରାରୋଗ୍ୟରେ ପୀଡିତ ୧୦ ଲକ୍ଷ ୪୭ ହଜାର ୪୦୦ ହିତାଧିକାରୀ ପ୍ରିକସନ ଡୋଜ ନେବେ । ସମ୍ମୁଖ ଯୋଦ୍ଧାଙ୍କ ସଂଖ୍ୟା ୭ ଲକ୍ଷ ୫ ହଜାର ରହିଛି । ୬୦ ବର୍ଷରୁ ଉର୍ଦ୍ଧ୍ବ ଓ ଦୁରାରୋଗ୍ୟରେ ପୀଡିତ ହିତାଧିକାରୀ କେଉଁ ଟୀକା ନେବେ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।