ଜୀବଜନ୍ତୁଙ୍କ ପ୍ରେମରେ ଯୁବତୀ । ମିଲନ ରଥଙ୍କ ପାଇଁ ତାଙ୍କ ଭାଲେଣ୍ଟାଇନ ବୁଲା ଜୀବଜନ୍ତୁ । ୨୫ ବର୍ଷ ହେଲା ଜୀବଜନ୍ତୁଙ୍କ ପ୍ରେମରେ ପଡିଛନ୍ତି ମିଲନ । ରାଜଧାନୀର ଛକ ଛକ ବୁଲି କରୁଛନ୍ତି କୁକୁରଙ୍କ ସେବା । କେତେବେଳେ ତାଙ୍କୁ ଖାଦ୍ୟ ଦେବା ସମୟରେ ଦେଖିବାକୁ ମିଳେ ତ ଆଉ କେତେବେଳେ ଅସୁସ୍ଥ ଜୀବଙ୍କ ଚିକିତ୍ସା କରିବା ସମୟରେ । ମିଲନ କୁହନ୍ତି ସେମାନେ ମୋର ପ୍ରଥମ ଓ ଶେଷ ଭଲ ପାଇବା । ସେମାନଙ୍କୁ ଛାଡି ଦିନେ ବଞ୍ଚିବା କଷ୍ଟକର । ଯେତେଦିନ ବଞ୍ଚିଥିବି ସେମାନଙ୍କୁ ଭଲ ପାଉଥିବି ଏବଂ ସେମାନଙ୍କ ସେବା କରୁଥିବି ।
ମିଲନ ପ୍ରଥମେ ମା’ ଙ୍କ ସହ ମିଶି ବୁଲା ଗାଈ ଗୋରୁ, କୁକୁର ମାନଙ୍କୁ ଖାଇବାକୁ ଦେଉଥିଲେ । ମା ଙ୍କ ଦେହ ଅସୁସ୍ଥ ପରେ ସେ ଏମାନଙ୍କ ପ୍ରେମରେ ବାନ୍ଧି ହୋଇଯାଇଛନ୍ତି । ଏବେ ଏହା ନିଶାରେ ପରିଣତ ହୋଇଛି । ପ୍ରତିଦିନ ସକାଳେ ଖାଦ୍ୟ ଦେବା ଠୁ ଆରମ୍ଭ କରି ରାତି ଖାଇବା ଦେବା ପର୍ଯ୍ୟନ୍ତ ସବୁ କିଛି କରିଥାନ୍ତି ମିଲନ । ଅସୁସ୍ଥ ଜୀବଜନ୍ତୁଙ୍କ ଖବର ପାଇଲେ ସେଠାକୁ ଧାଇଁ ଯାଇ ସେମାନଙ୍କ ଚିକିତ୍ସା ମଧ୍ୟ କରିଥାନ୍ତି । ସୁସ୍ଥ ହେବା ଯାଏଁ ଦେଖାରେଖା ମଧ୍ୟ କରନ୍ତି ମିଲନ। ଖାଲି ଯେ ପ୍ରେମ ମଣିଷ ସହ ହେବ ତାହା ନୁହେଁ ବରଂ ଜୀବଜନ୍ତୁ ମଧ୍ୟ ହୋଇପାରିବେ ଆମର ଭଲେଣ୍ଟାଇନ ବୋଲି ପ୍ରମାଣ କରିଛନ୍ତି ମିଲନ ରଥ ।
ପ୍ରେମ କେଉଁଠି କାହା ସହ ହୁଏ ତାହା ଜାଣି ହୁଏ ନାହିଁ । ହୃଦୟ କେଉଁଠି ବି ହଜିପାରେ। ସିଏ ମଣିଷ ହେଉ ବା ପଶୁ । ଯାହାର ଉଦହରଣ ପାଲଟିଛନ୍ତି ମିଲନ ।