ହତ୍ୟା ଘଟଣା ପଛରେ ପ୍ରେମ ସଂପର୍କ ସୂଚନା...
କଟକ: ଥମିବାକୁ ନାମ ଧରୁନି ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା। ଏସଡିଜିଏମ କୋର୍ଟ ମଧ୍ୟସ୍ଥତା ପାଇଁ ଆଜି ସମୟ ଦେଇଥିଲେ ମାତ୍ର ଆପୋଷ ବୁଝାମଣା ପାଇଁ ସାଂସଦ ଅନୁଭବ ମହାନ୍ତି କୋର୍ଟକୁ ଆସିଲେ ନାହିଁ। ଅନ୍ୟପଟେ ମଧ୍ୟସ୍ଥତା ପାଇଁ ବର୍ଷା କୋର୍ଟରେ ଉପସ୍ଥିତ ଥିଲେ। ସମୟ ମାଗି ଅନୁଭବ ଅନୁପସ୍ଥିତ ରହିଛନ୍ତି। ପରବର୍ତ୍ତୀ ଶୁଣାଣୀ ପାଇଁ ଆସନ୍ତା 25କୁ ହାଇକୋର୍ଟ ଧାର୍ଯ୍ୟ କରିଛନ୍ତି।
ପାରିବାରିକ କଳହକୁ ଦୁଇ ଜଣଙ୍କ ମଧ୍ୟରେ ଗତ କିଛି ମାସ ହେବ ବିବାଦ ଲାଗି ରହିଛି। ଗତ କିଛି ମାସ ହେଲା ବର୍ଷା ଅନୁଭବଙ୍କ ନାମରେ ବାରମ୍ବାର ଅଭିଯୋଗ ଆଣିଛନ୍ତି। ଏପରିକି ବର୍ଷା ମହିଳା କମିଶନରଙ୍କ ଦ୍ଵାରସ୍ଥ ହୋଇଥିଲେ।
ମାନ୍ୟବର କୋର୍ଟଙ୍କ ନିର୍ଦେଶ ସତ୍ଵେ ଅନୁଭବ ତାଙ୍କୁ ଘରେ ରହିବାକୁ ନଦେବା, ତାଙ୍କ ରୁମ ତାଲା ପକାଇ ଘଣ୍ଟା ଘଣ୍ଟା ତାଙ୍କୁ ଘରେ ବାହାରେ ରଖିବା ଏଭଳି ସଙ୍ଗୀନ ଅଭିଯୋଗ ସେ ଅନୁଭବ ଙ୍କ ବିରୋଧରେ ଆଣିଥିଲେ।