ମନ୍ଦିର ଗର୍ଭଗୃହରେ ପ୍ରାୟ ୯ ଫୁଟରୁ ଉର୍ଦ୍ଧ୍ବ ଉଚ୍ଚତାର ଶିବଲିଙ୍ଗ ରହିଛି ମନ୍ଦିରର ଉତ୍ତର ଦିଗରେ ଥିବା ଏକ ଶିଡ଼ି ଦ୍ବାରା ଦ୍ବିତୀୟ ତଳକୁ ଯାଇହୁଏ । ମନ୍ଦିରର ଉଭୟ ତଳ ପଞ୍ଚରଥ ଶୈଳୀରେ ନିର୍ମିତ । ସ୍ଥାନୀୟ ଲୋକଙ୍କ ବିଶ୍ବାସ ଅନୁଯାୟୀ ଶିବଲିଙ୍ଗର ପ୍ରତ୍ୟେହ ଆକାର ବୃଦ୍ଧି ଘଟୁଛି । ଏହି ମନ୍ଦିରର ଆକାରରେ ପ୍ରଭୁ ଲିଙ୍ଗରାଜଙ୍କର ରୁକୁଣା ରଥ ତିଆରି କରାଯାଏ। ମନ୍ଦିର ପରିସରରେ ରହିଛି ୮ ଏକର ବଗିଚା। ମହାଦେବଙ୍କୁ ଦର୍ଶନ କରିବା ସହିତ ଏଠାରେ ସମୟ ଅତିବାହିତ କରିଥାନ୍ତି ପର୍ଯ୍ୟଟକ। ଏ ଠାରେ ସ୍ଥାନୀୟ ଲୋକେ ପ୍ରାତଃ ଓ ସନ୍ଧ୍ୟା ଭ୍ରମଣ କରିଥାନ୍ତି। କିନ୍ତୁ ରାଜ୍ୟ ସରକାରଙ୍କ ଅବହେଳା କାରଣରୁ କୌଣସି କାମ ତ୍ବାରାନ୍ବିତ ହେଇପାରୁନାହିଁ । ଏହି ମନ୍ଦିରକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ମାନେ ଆସି ମହାଦେବଙ୍କ ବସାନିଧ୍ୟ ଲାଭ କରୁଛନ୍ତି। ଏହାକୁ ଓଡିଶା ପର୍ଯ୍ୟଟନ ବିଭାଗ ଆହୁରି ଉନ୍ନତି କରିବା ସହିତ ଆଖପାଖ ଅଞ୍ଚଳ ସଫା ରଖିବାକୁ ପର୍ଯ୍ୟଟକ ମାନେ ଦାବି କରିଛନ୍ତି।
ଅଧିକ ପଢନ୍ତୁ ଓଡିଶା ଖବର

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ଭାସ୍କରେଶ୍ବର ମନ୍ଦିରର ରହିଛି ଅନେକ ମାହାତ୍ମ୍ୟ ଓ ରୋଚକ ଇତିହାସ। ବିଶ୍ବାସ ରହିଛି ଏହି ମନ୍ଦିର ଭିତରେ ଥିବା ଶିଵ ଲିଙ୍ଗ ପ୍ରତ୍ୟେହ ବୃଦ୍ଧି ପାଏ ବୋଲି । ତେବେ କଣ ରହିଛି ଏହାର ଇତିହାସ ଆସନ୍ତୁ ଜାଣିବା ଆମ ସହର ଆମ ପରିଚୟରେ। ମନ୍ଦିର ମାଳିନୀ ଭୁବନେଶ୍ବରରେ ଥିବା ଆଉ ଏକ ଐତିହାସିକ ମନ୍ଦିର ଭାସ୍କରେଶ୍ବର ମନ୍ଦିର । ଏହା ଏକ ଶୈବ ମନ୍ଦିର ଅଟେ । ଗଙ୍ଗବଂଶୀୟ ରାଜାଙ୍କ ଦ୍ବାରା ଦ୍ବାଦଶ ଶତାବ୍ଦୀରେ ନିର୍ମିତ ହୋଇଛି ଏହି ମନ୍ଦିର ।

ରାୟଗଡା: ଶିକ୍ଷିତ ଝିଅକୁ ଧରି ପ୍ରଶାସନର ଦ୍ବାର ଦ୍ବାର ବୁଲୁଛନ୍ତି ଜଣେ ଅନ୍ଧ ବାପା l ଅଭାବ କଣ ସେ ନିଜ ପାଖରୁ ଦେଖିଛନ୍ତି l ହେଲେ ଶିକ୍ଷା ମାଧ୍ୟମରେ ଏ ଅଭାବ ଦୂରହେବ ଜାଣି ନିଜ ଝିଅକୁ ଉଚ୍ଚଶିକ୍ଷା ପଢେଇଲା ପରେ ଏବେ ଚାକିରି ଖଣ୍ଡେ ପାଇବାକୁ ଶିକ୍ଷିତ ଝିଅକୁ ଧରି ପ୍ରଶାସନର ଏ ଦ୍ବାର ସେ ଦ୍ବାର ବୁଲୁଛନ୍ତି ଜଣେ ଅନ୍ଧବାପା l ଅଭାବ କଣ ? ଏମାନେ ପାଖରୁ ଦେଖିଛନ୍ତି। ପ୍ରତିଟି ମୁହୁର୍ତ୍ତରେ ଏମାନେ ତାଙ୍କୁ ଅଙ୍ଗେ ନିଭାଇଛନ୍ତି । ଏସଵୁକୁ ଦୂର କରିବା ପାଇଁ ଶିକ୍ଷା ହିଁ ଏକମାତ୍ର ମାଧ୍ୟମ। ଯାହାକୁ ବୁଝି ଭିକ ମାଗି ଝିଅକୁ ପାଠ ପଢାଇଲେ। କିନ୍ତୁ ଝିଅ ପ୍ରାଥମିକ ଶିକ୍ଷାରୁ ଉଚ୍ଚ ଶିକ୍ଷା ପାଇବା ପରେ ବି ଆଜି ପ୍ରଶାସନ ନିକଟରେ ଶିକ୍ଷିତ ଝିଅକୁ ଧରି ବୁଲୁଛି ଅନ୍ଧ ବାପା। ରାୟଗଡା ବିଷମକଟକ ଝିଗିଡି ଗାଁର ଏହି ଦୃଶ୍ୟ ।
ଗରିବିର ପାହାଡ କଣ ? ଏମାନେ ପାଖରୁ ଦେଖିଛନ୍ତି। ଅଭାବ କଣ ? ପ୍ରତିଟି ମୁହୁର୍ତ୍ତରେ ଏମାନେ ତାଙ୍କୁ ଅଙ୍ଗେ ନିଭାଇଛନ୍ତି। ଏସଵୁକୁ ଦୂର କରିବା ପାଇଁ ଶିକ୍ଷା ହିଁ ଏକମାତ୍ର ମାଧ୍ୟମ। ଯାହାକୁ ବୁଝି ଭିକ ମାଗି ଝିଅକୁ ପାଠ ପଢାଇଲେ।ଏ ଦୃଶ୍ୟ ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଝିଗିଡି ଗ୍ରାମର। ଯାହା ଆପଣ ଦେଖିବା ପରେ ବି ସରକାରୀ ବ୍ୟବସ୍ଥା ଉପରେ ଥିବା ବିଶ୍ଵାସରେ ଲାଗିବ ଶକ୍ତ ଧକ୍କା। ନିଜକୁ ପ୍ରଶ୍ନ କରିବେ କାହା ପାଇଁ ଏ ପ୍ରଶାସନ, କାହା ପାଇଁ ସରକାରୀ ସୁଵିଧା ।
ସେପଟେ ପରିବାରର ଅବସ୍ଥା ମଧ୍ୟ ନ କହିବା ଭଲ l ଝାଟିମାଟିର କୁଡିଆରେ ପରିବାର ରହୁଥିବା ବେଳେ , କିଏ କେତେବେଳେ କଣ ସାହାଯ୍ୟ କଲେ ଏମାନେ ହାତପାତି ନେଇଯାନ୍ତି l ହେଲେ ଆଜକୁ ଦିର୍ଘବର୍ଷ ହୋଇଯିବ ସରକାରଙ୍କ ତରଫରୁ କୌଣସି ସାହାଯ୍ୟ ସୁବିଧା ମିଳିନାହିଁ l ଅନ୍ୟପଟେ ପୂର୍ବରୁ ବାଉଁଶ ତିଆରି ସାମଗ୍ରି ବିକ୍ରିକରି ଚଳୁଥିଲେ l ହେଲେ ବାଉଁଶ ଦରଦାମ୍ ବଢିଲା ପରେ ସେହି ବୃତ୍ତି କରି ଚଳିବା ମଧ୍ୟ ଏମାନଙ୍କ ପାଇଁ ମୁସକିଲ ହଇଗଲା l ଶେଷରେ ଅନ୍ଧବାପା ଯାହା ଭିକ୍ଷା ବୃତି କରନ୍ତି ସେଥିରେ ପରିବାରର ଚଳୁଛନ୍ତି l ତେବେ ଏଠାରେ ବଡପ୍ରଶ୍ନ ଉଠିବା ସ୍ବଭାବିକ ଶିକ୍ଷିତଙ୍କ ଦୁଃଖ କେବେ ଶୁଣିବେ ସରକାର ଆଉ କେବେ ଏମାନଙ୍କୁ ସରକାରୀ ସହାୟତା ଯୋଗାଇଦେବ ପ୍ରଶାସନ ?
ଅଧିକ ପଢନ୍ତୁ ଓଡ଼ିଶା ଖବର

କୋରାପୁଟ: ରାଜ୍ୟ ସରକାର ଗାଁ ଗାଁର ବିକାଶ ନାରା ଦେଉଛନ୍ତି । କିନ୍ତୁ ବିକାଶ କେବଳ କାଗଜ ପତ୍ରରେ ହିଁ ସୀମିତ । କୋରାପୁଟ ବୈପାରୀଗୁଡା ବ୍ଲକ ରାମଗିରି ପଞ୍ଚାୟତ ମାଛଗୁଡା ଗ୍ରାମରେ ବିଜୁଳି ସାତ ସପନ ।
ମୋବଇଲ ନେଟୱର୍କ କଥା କିଏ ବା ପଚାରେ, ଗ୍ରାମବାସୀ ନିଜସ୍ପ ଚେଷ୍ଟାରେ ରାତ୍ର ସମୟରେ ସୋଲାର ଲାଇଟ କିମ୍ୱା ଡିବିରୀ ଆଲୁଅ ଦ୍ଵାରା କିଛି ମାତ୍ରାରେ ଅନ୍ଧାରରୁ ରକ୍ଷା ପାଉଛନ୍ତି କିନ୍ତୁ ଗ୍ରାମରେ ଉଭୟ ପାର୍ଶ୍ୱରେ ଜଙ୍ଗଲ ରହିଥିବାରୁ ଅନ୍ଧାରରେ ବନ୍ୟ ଜନ୍ତୁର ଭୟ ଲାଗିରହିଁଥାଏ, ଗ୍ରାମରେ ନେଟୱର୍କର କିଛି ବି ବ୍ୟବସ୍ଥା ନାହିଁ ।
ମାଛଗୁଡା ଗ୍ରାମବାସୀ ନିଜ ଗ୍ରାମର ସମସ୍ୟାକୁ ନେଇ ପ୍ରଶାସନ ନିକଟରେ ବହୁବାର ଉପସ୍ଥାପନା କଲା ପରେ ମଧ୍ୟ କିଛି ବି ସୁଫଳ ମିଳିପାରୁନାହିଁ, ଏସବୁ ସମସ୍ୟା କୁ ନେଇ ପ୍ରଶାସନ ଓ ରାଜନେତାଙ୍କୁ ଗୁହାରି କଲେ ବି କେହି ଶୁଣୁ ନାହାନ୍ତି କେବଳ ଭୋଟ ସମୟରେ ଦେଖା ଦେଉଛନ୍ତି ପରେ ଭୁଲି ଯାଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି।
ଆହୁରି ପଢନ୍ତୁ ଓଡିଶା ଖବର...
