ବ୍ୟାପକ ବସ୍ତି ଥଇଥାନ ଓ ବାସଗୃହ ନୀତି ପ୍ରଣୟନ ନ କରି ପ୍ରଶାସନ ବସ୍ତି ଭାଙ୍ଗିବାକୁ ବିରୋଧ କରିଛି ମଞ୍ଚ। ସହରାଞ୍ଚଳରେ ରହୁଥିବା ବସ୍ତିବାସିନ୍ଦାମାନଙ୍କୁ ସରକାର ସେମାନଙ୍କ ମର୍ଯ୍ୟାଦାର ସହ ବଞ୍ଚିବାକୁ ଦେବା ପାଇଁ ଦାବୀ କରିଛି ମଞ୍ଚ।ପ୍ରଚାର ସର୍ବୋସ ସରକାର ବସ୍ତି ବିକାଶ ନାଁରେ ଖାଲି ମିଛ ପ୍ରଚାର କରୁଛନ୍ତି, ହେଲେ ବସ୍ତି ବାସିନ୍ଦାଙ୍କୁ ସେମାନଙ୍କ ଅଧିକାର ମିଳୁନାହିଁ।ତେଣୁ ବସ୍ତି ବାସିନ୍ଦାଙ୍କ ଅଧିକାର, ସୁରକ୍ଷା ସେମାନଙ୍କ ଜମି ଅଧିକାର ପାଇଁ ମଞ୍ଚ ପକ୍ଷରୁ 3 ଦିନିଆ କାର୍ଯ୍ୟକ୍ରମ କରାଯାଉଛି।
ବସ୍ତିବାସିନ୍ଦା ସୁରକ୍ଷା ମଞ୍ଚ ପକ୍ଷରୁ ଭୁବନେଶ୍ୱରରେ ବିଶାଳ ଶୋଭାଯାତ୍ରା

ଅର୍ଗସ ବ୍ୟୁରୋ: ଉଚ୍ଛେଦ ନୁହେଁ ବର୍ତମାନ ରହୁଥିବା ଜମି ଉପରେ ଅଧିକାର ଦାବିରେ ବସ୍ତି ସୁରକ୍ଷା ମଞ୍ଚ। 3 ୟ ମହାସମ୍ମିଳନୀ ସମାବେଶ ଓ ସର୍ବଭାରତୀୟ କନଭେନସନ ପାଇଁ ବସ୍ତି ସୁରକ୍ଷା ମଞ୍ଚର ପ୍ରସ୍ତୁତି। ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚ ପକ୍ଷରୁ ଭୁବନେଶ୍ୱରରେ ବିଶାଳ ଶୋଭାଯାତ୍ରା ଓ ସାଧାରଣ ସଭା। ଏନେଇ ଲୋହିଆ ଏକାଡେମୀ ପରିସରରେ ସାମ୍ବାଦିକ ସମ୍ମିଳନୀ କରିଛି ବସ୍ତି ସୁରକ୍ଷା ମଞ୍ଚ।
Download Argus News App
