୧୮୦୯ ମସିହା ଜାନୁଆରୀ 23ରେ ଜନ୍ମଗ୍ରହଣ କରିଥିଲେ ବୀର ସୁରେନ୍ଦ୍ର ସାଏ । ୧୮୫୭ ସିପାହୀ ବିଦ୍ରୋହ ପୂର୍ବରୁ ସେ ବ୍ରିଟିଶ ସରକାରଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଜୀବନକାଳର ସେ ଅଧା ସମୟ କାରାଗାରରେ କାଟିଥିଲେ । ଶେଷ ନିଶ୍ୱାସ ଯାଏଁ ସେ ବନ୍ଦୀ ଜୀବନ ବିତାଇଥିଲେ ।
ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ। ସମ୍ବଲପୁର ଭୂଖଣ୍ଡରେ ସ୍ପର୍ଧିତ ସ୍ବାଭିମାନର ସ୍ୱର ଥିଲେ ସେ । ସିପାହୀ ବିଦ୍ରୋହକୁ ଯଦି ଭାରତୀୟ ମୁକ୍ତି ସଂଗ୍ରାମର ପ୍ରଥମ ଉଦ୍ୟେମ ବୋଲି କୁହାଯାଏ ତେବେ ନିଶ୍ଚିତ ତାହା ସୁରେନ୍ଦ୍ରଙ୍କ ପ୍ରତି ଅନ୍ୟାୟ ହେବ । କାରଣ ତା’ର ବହୁବର୍ଷ ପୂର୍ବରୁ ସେ ଇଂରେଜ ଶାସନ ଓ ବିଦେଶୀ ସାମ୍ରାଜ୍ୟବାଦ ବିରୋଧରେ ଆରମ୍ଭ କରି ସାରିଥିଲେ ବିଦ୍ରୋହ ଓ ସଶସ୍ତ୍ର ସଂଘର୍ଷ- ‘ଉଲଗୁଲାନ୍’ । ଇଂରେଜମାନେ ସିପାହୀ ବିଦ୍ରୋହକୁ ବର୍ଷ କେଇଟା ମଧ୍ୟରେ ଦମନ କରିବାରେ ଏକପ୍ରକାର ସଫଳ ହୋଇଥିଲେ। ମାତ୍ର ସମ୍ବଲପୁରରେ ଏହାର ଦୀର୍ଘ ବର୍ଷ ପର ଯାଏ ସଂଗ୍ରାମର ବହ୍ନି ଜଳିଥିଲା । ସୁରେନ୍ଦ୍ର ସାଏ ଓ ତାଙ୍କ ସାଥୀମାନେ ଏହାକୁ ଜଳାଇ ରଖିଥିଲେ । ସେମାନଙ୍କ ନିକଟରେ ସାଧନ ନଥିଲା, ଆଧୁନିକ ଅସ୍ତ୍ରଶସ୍ତ୍ର ନଥିଲା କି ପ୍ରଶିକ୍ଷଣ ବ୍ୟବସ୍ଥା ନଥିଲା । ତଥାପି ଦୀର୍ଘ ସାତ ବର୍ଷ ଧରି ସେମାନେ ଶକ୍ତିଶାଳୀ ଇଂରେଜ ଫୌଜଙ୍କୁ ନୟାନ୍ତ କରି ରଖିଥିଲେ। 1884 ମସିହା ଆଜିର ଦିନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବୀର ସୁରେନ୍ଦ୍ର ସାଏ ।