ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ରୁଣ କରି ବିଭିନ୍ନ କିସମର ପନିପରିବା ଚାଷ କରିଥିଲେ ଖେତରେ । ଏହାକୁ ସ୍ଥାନୀୟ ବଜାରରେ ବିକ୍ରି କରି ବର୍ଷ ସାରାର ଗୁଜୁରାଣ ମେଣ୍ଟାଇବାକୁ ଆଶାକରି ବସିଥିଲା ଚାଷୀ । ହେଲେ ଏହି ୩ ଦିନର ଅଦିନିଆ ବର୍ଷା ସେମାନଙ୍କର ଏହି ଆଶାକୁ ମାଟିରେ ମିସାଇ ଦେଇଛି । ଏହାକୁ ନେଇ ଚିନ୍ତାରେ ପରିବାର ବର୍ଗ ଆଣିଥିବା ରୁଣ କେମିତି ସୁଜିବେ । ଏବେ ଚାଷୀ ଅନାଇ ବସିଛି ସରକାରୀ ସାହାଯ୍ୟ ସହଯୋଗକୁ । ଏବେ ସୁଦ୍ଧା କ୍ଷତିଗ୍ରସ୍ତଙ୍କ ନିକଟରେ କୌଣସି ପ୍ରଶାସନିକ ଅଧିକାରୀ ପଂହଁଚି ନାହାନ୍ତି । ଯାହା ଚାଷୀମାନଙ୍କର ଚିନ୍ତାକୁ ଦ୍ୱିଗୁଣିତ କରିଛି ।
ଆହୁରି ପଢନ୍ତୁ ଓଡିଶା ଖବର