ଡ୍ରାଇଭର ଆନ୍ଦୋଳନର ସାଇଡ ଇଫେକ୍ଟ, ମୁଣ୍ଡରେ ହାତ ଦେଲେଣି ବ୍ୟବସାୟୀ ଓ ଖାଉଟି
କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରମୁଖ ବଜାର ଗୋପଛକ ବଜାରେ ଗୁରୁବାର ଆଳୁର ମୂଲ୍ୟ କିଲୋ ପ୍ରତି 10 ଟଙ୍କାରୁ 15 ଟଙ୍କା ବୃଦ୍ଧି ପାଇଥିବା ବେଳେ ପିଆଜ କିଲୋ ପ୍ରତି 20ରୁ 40ଟଙ୍କା ବୃଦ୍ଧି ପାଇଛି । ସେହିପରି ବାଇଗଣ 20 ଟଙ୍କାରୁ 35 ଟଙ୍କା ଓ ପୋଟଳ କିଲୋ ପ୍ରତି 100 ଟଙ୍କାରୁ 150 ଟଙ୍କାକୁ ବୃଦ୍ଧି ପାଇଛି । ଯାହାକୁ ନେଇ ଗ୍ରାହକମାନେ ଅଭିଯୋଗ କରିଛନ୍ତି ।
କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଗୋପ ଚାନ୍ଦୋଳ ପଟ୍ଟାମୁଣ୍ଡାଇ ଆଳି ଆଦି ବ୍ଲକ ମହକୁମାରେ 20 ଟି ଆଳୁ ଗୋଦାମ ଥିବାବେଳେ 14 ଟି ପିଆଜ ଗୋଦାମ ରହିଛି । ତେବେ ଏହି ବ୍ୟବସାୟୀମାନେ ଡ୍ରାଇଭରଙ୍କ ହରତାଳ ପାଇଁ ବେଆଇନ ଭାବେ ଆଳୁ ଓ ପିଆଜ ଦର ବୃଦ୍ଧି କରିଥିବା ଅଭିଯୋଗ କରିଛନ୍ତି ଖୁଚୁରା ବ୍ୟବସୟୀମାନେ । ତେବେ ଏସମ୍ପର୍କରେ କେନ୍ଦ୍ରାପଡ଼ା ଜିଲ୍ଲାପ୍ରଶାସନ କୌଣସି ପଦକ୍ଷେପ ନେଇ ନାହିଁ ଯାହା ପାଇଁ ଅସନ୍ତୋଷ ଦେଖାଦେଇଛି ।