ଅଧିକ ପଢନ୍ତୁ ଓଡ଼ିଶା ଖବର
ଅଦା କେଜି ପ୍ରତି ୨୫୦ ଥିବାବେଳେ ଟମାଟୋ ୧୦୦, କଂଚାଲଙ୍କା ୨୦୦ ଦରରେ ବିକ୍ରି ହେଉଛି । ସେହିଭଳି ନିତିଦିନିଆ ପରିବା କଥା ଯଦି ଦେଖିବା ବାଇଗଣ ୭୦, ପୋଟଳ ୬୦, କାଙ୍କଡ଼ ୬୦, କୁନ୍ଦୁରି ୪୦ରୁ ୫୦ ଟଙ୍କା ରହିଛି । ସେହିଭଳି କାକୁଡି ୫୦ ଟଙ୍କା କେଜି ପ୍ରତି ବିକ୍ରି ହେଉଛି । ଯାହା ସାଧାରଣ ଲୋକଙ୍କ ପାଇଁ କିଣିବା କଷ୍ଟକର ହୋଇଗଲାଣି । କେବଳ ଏତିକି ନୁହେଁ ୪ ଦିନ ତଳେ ବିମ୍ସ ରେଟ ବି କେଜି ପ୍ରତି ୨୦୦ ଟଙ୍କା ଛୁଇଁଥିଲା । ଯାହା ଗ୍ରାହକଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।
ତେବେ ପରିବା ଦର ବଢିବା ପଛରେ ଅଭାବୀ ଚାଷ ବୋଲି କହିଛନ୍ତି କଞ୍ଚା ପରିବା ବ୍ୟବସାୟୀ ସଙ୍ଘର ସଭାପତି । ରାଜ୍ୟରେ ଆଞ୍ଚଳିକ ଅଞ୍ଚଳରେ ଯେମିତିକି ବାଲିପାଟଣା, ନଖରା, ସାଲେପୁର, ଆଠଗଡ଼, ଭଳି ଅଞ୍ଚଳରେ ଚାଷ ହିଁ ନାହିଁ। ନିଜ ଅଞ୍ଚଳରେ ସେମାନେ ବିକ୍ରି କରିବା ପାଇଁ ମଧ୍ୟ ଚାଷ ଅମଲ ହୋଇନି । ତେଣୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ତେଣୁ ପରିବା ରେଟ ବୃଦ୍ଧି ପାଉଛି । ତେବେ ରାଜ୍ୟରେ ଅଭାବ ଚାଷ ପାଇଁ ଲୋକେ ଉଚ୍ଚ ଦରରେ ପରିବା କିଣିବାକୁ ବାଧ୍ୟ ହେଉଥିବା ବେଳେ ଏଭଳି ଆହୁରି ୧୫ ଦିନ ପାଖାପାଖୀ ବର୍ଦ୍ଧିତ ଦର ରହିପାରେ ବୋଲି ଆଶା କରାଯାଉଛି ।