ଭୁବନେଶ୍ବରରେ ଏକ କଲୋନୀରେ କାର ଦୁର୍ଘଟଣା
ଗଜପତି: ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଗାଡ଼ି । ଗଡପତି ମୋହନା ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଦୁର୍ଘଟଣାରେ ଏକାଧିକ ବରଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନାନୁସାରେ, ରାମଗିରି ନିକଟସ୍ଥ ଜାମଢୋଲ ଗ୍ରାମରୁ ଯାଉଥିଲେ ଲୋକେ ।
ଉଦୟଗିରି ନିକଟସ୍ଥ ତୁମନ ଗ୍ରାମକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏହି ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।