ଚଳିତ ମାସ 30 ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରାଯାଇ ଏପ୍ରିଲ 01, 2019 ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡ଼ି ଗୁଡ଼ିଙ୍କୁ ହାଇ ସିକ୍ୟୁରିଟୀ ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ଲଗେଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।
ତେବେ ଏହାର ଅବଧି ସରିବା ପରେ ଆସନ୍ତା ମାସ 1ରୁ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ। ହାଇ ସିକ୍ୟୁରିଟୀ ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ଲଗେଇଲେ ଗାଡ଼ି ଚୋର ସହଜରେ ଗାଡ଼ି ଚୋରି କରିପାରିବେ ନାହିଁ କିମ୍ବା ଚୋରି କରିଥିବା ଗାଡ଼ିର ନମ୍ବର ପ୍ଲେଟ ବଦଳେଇ ପାରିବେ ନାହିଁ। ଯାହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।