ଘର
ଓଡ଼ିଶା
‘ସୁଭଦ୍ରା’ରୁ ବାଦ୍ ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ହେଲା ଶେଷ
‘ସୁଭଦ୍ରା’ରୁ ବାଦ୍ ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ହେଲା ଶେଷ
by Smruti Parija
NEWS HIGHLIGHTS
- ‘ସୁଭଦ୍ରା’ରୁ ବାଦ୍ ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ହେଲା ଶେଷ
- ୨୨% ଆବେଦନକାରୀଙ୍କୁ କାଲି ମିଳିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା
- `ସୁଭଦ୍ରା'କୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା
- ସଚେତନତା ଲାଗି ଘରକୁ ଯିବେ ସରକାରୀ ଅଧିକାରୀ
ଅର୍ଗସ ବ୍ୟୁରୋ: ଯେଉଁ ଆବେଦନକାରୀଙ୍କୁ ସୁଭଦ୍ରା ଯୋଜନାରୁ ବାଦ୍ ଦିଆଯାଇଥିଲା, ସେମାନଙ୍କୁ ଆଉ ଚିନ୍ତା କରିବାର ନାହିଁ । ରବିବାର ସାମିଲ ହେବେ ବାଦ୍ ପଡ଼ିଥିବା ଆବେଦନକାରୀ । ବାଦ୍ ପଡ଼ିଥିବା 2 ଲକ୍ଷ 67 ହଜାର ଆବେଦନକୁ ଆଉ ଥରେ ଯାଞ୍ଚ ପରେ ଏ ନିଷ୍ପତ୍ତି ନିଆଯାଇଛି । ସେଥିରୁ 22 ପ୍ରତିଶତ ହିତାଧିକାରୀଙ୍କୁ ଆସନ୍ତାକାଲି ସୁଭଦ୍ରା ଟଙ୍କା ମିଳିବ । ବାକି ଯେଉଁମାନଙ୍କର ଜମି ସମସ୍ୟା ଯୋଗୁଁ ତାଲିକାରେ ନାଁ ନାହିଁ, ତାଙ୍କ ନାଁରେ ଜମି ବି ନାହିଁ କିନ୍ତୁ ସେମାନେ ଧାନ ବିକିଛନ୍ତି । ଏନେଇ ଫିଜିକାଲ ଭେରିଫିକେସନ କରାଯିବ । ଯାଞ୍ଚ ହୋଇ ସେମାନଙ୍କୁ ସାମିଲ କରାଯିବ । ଆସନ୍ତାକାଲି ସୁନ୍ଦରଗଡ଼ରେ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ଟଙ୍କା ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଆବେଦନକାରୀଙ୍କ ମଧ୍ୟରେ ୫ ଲକ୍ଷ ମିସ୍ ମ୍ୟାଚ୍ ହେଉଥିଲା । ତାହା ସମାଧାନ ହୋଇନାହିଁ । ସେମାନେ ଏଥର ସାମିଲ ହେବେନାନିଁ । ସେମାନଙ୍କ ଆକାଉଣ୍ଟ ଆଧାର ଲିଂକରେ ସମସ୍ୟା ଅଛି । ଆଧାର, ଆକାଉଣ୍ଟ, ମୋବାଇଲ ନମ୍ବର ସଂଯୋଗ କରେଇବା ପରେ ସେମାନେ ସାମିଲ ହେବେ । ଏହାର ସମାଧାନ ହେବା ପରେ ଡିସେମ୍ବରରେ ସେମାନେ ସୁଭଦ୍ରା ଟଙ୍କା ପାଇପାରିବେ କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ସେପଟେ ତୃତୀୟ ପର୍ଯ୍ୟାୟ ସୁଭଦ୍ରା କିସ୍ତି ପାଇବାକୁ ଥିବା ମହିଳାମାନଙ୍କ ମଧ୍ୟରେ ଦେଖାଦେଇଛି ନାହିଁ ନଥିବା ଉତ୍ସାହ ।
କୋଟିଏରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ଲାଭାନ୍ବିତ କରୁଥିବା ଗୋଟିଏ ଯୋଜନା ହେଉଛି ସୁଭଦ୍ରା । ମହିଳାଙ୍କୁ ସଶକ୍ତ, ସମୃଦ୍ଧ ଓ ସ୍ବାବଲମ୍ବୀ କରିବାର ନାରା ଦେଇ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନା ।