ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନରାଲ ଅଫ୍ଇଣ୍ଡିଆ ଗିରୀଶଚନ୍ଦ୍ର ମୁର୍ମୁ, ହାଇକୋର୍ଟର ବିଚାରପତି ଜଷ୍ଟିସ୍ସଞ୍ଜୁ ପଣ୍ଡା, ଭାଭା ଆଟୋମିକ୍ରିସର୍ଚ୍ଚ ସେଣ୍ଟରର ନିର୍ଦେଶକ ଅଜିତକୁମାର ମହାନ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ଡ.ବିଜୟକୁମାର ସାହୁଙ୍କୁ ଏହି ଉପାଧି ପ୍ରଦାନ କରାଯିବ।
୧୧ଟା ୩୦ରେ ଉପ-ରାଷ୍ଟ୍ରପତି ବିଶ୍ବବିଦ୍ୟାଳୟରୁ ଫେରିବେ। ନୂଆ ସମାବର୍ତ୍ତନ ପ୍ରେକ୍ଷାଳୟରେ ଏହି ଉତ୍ସବ ଅନୁଷ୍ଠିତ ହେବ। କରୋନା କଟକଣା ଯୋଗୁଁ ୫ ଶହ ବଦଳରେ ୨ ଶହ ଜଣ ସମାବର୍ତ୍ତନ ଉତ୍ସବରେ ଯୋଗଦେବାକୁ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ନିଆଯାଇଛି। ଏକାଡେମିକ କାଉନସିଲ, ସିନେଟ୍ ସଦସ୍ୟଙ୍କ ସହ କେବଳ କେତେକ ହାତଗଣତି ଅତିଥିଙ୍କୁ କାର୍ଯ୍ୟକ୍ରମରେ ଯୋଗଦେବାକୁ ଅନୁମତି ମିଳିଛି।