ROK THOK: ପୋଷା ଶୁଆଙ୍କ ଘୋଷା କଥା
ଭୁବନେଶ୍ଵର: ଆସନ୍ତାକାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଆସୁଛନ୍ତି । ହାଇଦ୍ରାବାଦରୁ ଉପରାଷ୍ଟ୍ରପତି ସ୍ୱତନ୍ତ୍ର ବିମାନ ଯୋଗେ 2ତାରିଖ ଦିବା 11ଟା ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବୋ ଏହା ପରେ ତାଙ୍କୁ ସ୍ୱତନ୍ତ୍ର ସୁରକ୍ଷା ବଳୟ ଭିତରେ ରାଜଭବନକୁ ନିଆଯିବ।
ସେଠାରେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନ 4ଟା 45ସମୟରେ ଉପରାଷ୍ଟ୍ରପତି କଟକ ଅଭିମୂଖେ ଯିବେ। କଟକ ବିଜୁ ପଟ୍ଟନାୟକ ଛକ ସ୍ଥିତ ସାରଳ ଭବନ ଠାରେ ଅନୁଷ୍ଠିତ 600ତମ ଆଦିକବି ସରଳ ଦାସଙ୍କ ଜନ୍ମ ଜୟନ୍ତୀ ଉତ୍ସବରେ ଉପରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ସେହିପରି 3ତାରିଖ ଦିନ ଉତ୍କଳ ବିଶ୍ୱ ବିଦ୍ୟାଳୟ ର 50ତମ ସମବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଯୋଗ ଦେବେ। ତେବେ ଉପରାଷ୍ଟ୍ରପତିଙ୍କ 2ଦିନିଆ ଓଡିଶା ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହିତ ଆଜି ରାଜଧାନୀରେ ମକଡ୍ରିଲ କରାଯାଇଛି।