କୋରୋନା ବିରୁଦ୍ଧ ଲଢେଇରେ ବିଜୟର ମୋଦି ମନ୍ତ୍ର
କଟକ: କଟକ ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି କଟକ ଭିଜିଲାନ୍ସ । ଗତକାଲି ବିଚିତ୍ରାନନ୍ଦଙ୍କ ଗାଡ଼ିରୁ ଏକ ଲକ୍ଷ 70 ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ ଡିଭିଜନ୍ ।
ଟଙ୍କାର ମୂଳସୁତ୍ର ବାବଦରେ ସନ୍ତୋଷ ଜନକ ଉତ୍ତର ଦେଇ ପାରୁନଥିଲେ ବିଚିତ୍ରାନନ୍ଦ । ତେବେ ତାଙ୍କର 8ଟି ବ୍ୟାଙ୍କ ଆକାଉଣ୍ଟ ଓ 6 ଟି ପ୍ଲଟ୍ ଠାବ ହୋଇଛି ।
ବିଚିତ୍ରାନନ୍ଦଙ୍କୁ ଭିଜିଲାନ୍ସର ଜେରା କରିବା ପରେ ଏହି ଟଙ୍କାକୁ ସେ ଲାଞ୍ଚ ବାବାଦରେ ସଂଗ୍ରହ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ତେବେ କେଉଁ କାରଣ ପାଇଁ ଲାଞ୍ଚ ନେଉଥିଲେ ତାହ ଭିଜିଲାନ୍ସ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।
ତେବେ ଏନେଇ ତହସିଲଦାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । 5 ବର୍ଷରେ ବିଚିତ୍ରାନନ୍ଦଙ୍କ ବିରୋଧରେ ଏହା 3ୟ ମାମଲା ବୋଲି ଜଣାପଡିଛି ।