ସେହିଭଳି ଭାବରେ ନିଜ ଶାଶୁଙ୍କ ନାମରେ ଢ଼େଙ୍କାନାଳ ବାନମାଲିପ୍ରସାଦ ଅଞ୍ଚଳରେ ବେନାମୀ ସମ୍ପତି ଠାବ ହୋଇଥିବା ସହ କେଉଁଝର ଅଞ୍ଚଳରେ ତାଙ୍କ ଶଳାଙ୍କ ନାମରେ ମଧ୍ୟ ବେନାମୀ ସମ୍ପତି ଥିବାର ଜାଣିବାକୁ ପାଇଛି ଭିଜିଲାନ୍ସ । ସମ୍ପତିର ମୂଲ୍ୟ ୨ କୋଟିରୁ ଉର୍ଦ୍ଧ୍ବ ହେବ ଜଣାପଡ଼ିଛି । ଗତ ୩୦ ତାରିଖରେ ବାବୁ ଅଭିନବ ଜଣେ କୋଇଲା ଟ୍ରାନ୍ସପୋର୍ଟରଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ସେଲ ମାଡ଼ି ବସିଥିଲା । ଆଗମୀ ୧୪ ତାରିଖ ପର୍ଯ୍ୟନ୍ତ ତାଙ୍କୁ ବିଚାର ବିଭାଗୀୟ କୋର୍ଟକୁ ପଠାଇ ଦିଆଯାଇଛି । ରିମାଣ୍ଡ ଅବଧି ସରିବା ପରେ ଭିଜିଲାନ୍ସ ତାଙ୍କୁ କୋର୍ଟରେ ହାଜର କରାଇଛି ।
୨ କୋଟିରୁ ଉର୍ଦ୍ଧ୍ବ ସମ୍ପତି ରହିଛି ପୋଲିସ ବାବୁଙ୍କର

ଅର୍ଗସ ବ୍ୟୁରୋ : ଭିଜିଲାନ୍ସ ଜାଲରେ ପଡ଼ି ଗିରଫ ହୋଇ ଜେଲରେ ଥିବା ଢ଼େଙ୍କାନାଳ ସଦର ଆଇଆଇସି ଅଭିନବ ଡାଳୁଆଙ୍କ ଓଡ଼ିଶାର ବିଭିନ୍ନ ସ୍ଥାନରେ ୧୪ ଟି ପ୍ଲଟ ଥିବା ଜଣାପଡିଛି । ସ୍ଥାବର ସମ୍ପତିର ମୂଲ୍ୟର ଦୁଇ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଭିଜିଲାନ୍ସ ପକ୍ଷରୁ ପ୍ରେସ ରିଲିଜ ଯୋଗେ ଦର୍ଶାଯାଇଛି । ଅଧିକ ପଚରଉଚରା ନେଇ ଭିଜିଲାନ୍ସ ପକ୍ଷରୁ ଡାଳୁଆଙ୍କୁ ଦୁଇ ଦିନଆ ରିମାଣ୍ଡରେ ନିଆଯାଇଥିଲା । ପଚରା ଉଚରା ପରେ ବାବୁଙ୍କର ଦାମୀ ୧୪ ଟି ପ୍ଲଟ ଥିବାର ଜଣାପଡ଼ିଛି । ଖୋର୍ଦ୍ଧା ଜଟଣୀ ଅଞ୍ଚଳରେ ବାବୁ ଡ଼ାଳୁଆଙ୍କ ନାମରେ ଏକ ପ୍ଲଟ ଉପରେ ଦୁଇ ମହଲା ଘର ରହିଥିବା ବେଳେ ପତ୍ନୀଙ୍କ ନାମରେ ଖୋର୍ଦ୍ଧା ଓ ଯାଜପୁରରେ ୫ ଟି ପ୍ଲଟ ଅଛି ।
Download Argus News App
