ନରସିଂହପୁର ଥାନା ଆଇଁସିଆର ନବ କିଶୋର ନାୟକଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ୧୫ ଜଣିଆ ଭିଜିଲାନ୍ସ ଟିମ ହାତରେ ଧରା ପଡିଲେ ଥାନା ଅଧିକାରୀ ।

ଅର୍ଗସ ବ୍ୟୁରୋ: ଭିଜିଲାନ୍ସ ହାତରେ ଥାନା ଅଧିକାରୀ। ଲାଞ୍ଚ ନେଇ ଧରାପଡିଲେ ବଡ଼ମ୍ବା ନରସିଂହପୁର ଥାନା IIC। 20 ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଅଲେଖ ଗରଡ଼ିଆ । ଆଇଁସିଆ ଗାଁରେ କିଛି ଦିନ ତଳେ ଘଟିଥିବା ଏକ ଘଟଣାରେ ଅସଂରକ୍ଷଣ ଜନଜାତିଙ୍କର ଏକ ସମସ୍ୟାର ସମାଧାନ କରିବା ପାଇଁ ଲାଞ୍ଚ ନେଉଥିଲେ।

ଅର୍ଗସ ବ୍ୟୁରୋ : ହାୱଡା ପଟୁ ଗଡ଼ିଲା କରମଣ୍ଡଳ । ଶୁକ୍ରବାର ଦୁର୍ଘଟଣା ପରେ ପ୍ରଥମ ଥର ଗଡି଼ଲା କରମଣ୍ଡଳ । ବାହାନଗା ବଜାର ଷ୍ଟେସନ ଦେଇ ଅତିକ୍ରମ କରିଛି କରମଣ୍ଡଳ । ପଶ୍ଚିମବଙ୍ଗ ସାଲିମାରରୁ ଯାତ୍ରୀଙ୍କୁ ନେଇ ଚେନ୍ନାଇ ଯାଇଛି ଟ୍ରେନ । ବାହାନଗା ଦୁର୍ଘଟଣା ପରେ ପୁଣି ଥରେ ଗଡି଼ଲା କରମଣ୍ଡଳ ।
ଅଧିକ ପଢନ୍ତୁ ଓଡ଼ିଶା ଖବର

ଅର୍ଗସ ବ୍ୟୁରୋ : ଚାଷୀଙ୍କ ପାଇଁ ଖୁସି ଖବର । କାଲି ସୁଦ୍ଧା କେରଳ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ବର୍ତ୍ତମାନ ପୂରା ବଙ୍ଗୋପସାଗରରେ ବାଦଲ ରହିଛି । ତେଣୁ ଏହା ମୌସୁମୀ ପାଇଁ ଭଲ ଖବର । ଏଥିସହ ପଶ୍ଚିମ ବାୟୁର ସକ୍ରିୟତା, ବାୟୁମଣ୍ଡଳର ମଧ୍ୟ ଯାଏ ବ୍ୟାପିଛି ।
ଅଧିକ ପଢନ୍ତୁ : ଆଉ ଏକ ସାମୁଦ୍ରିକ ଝଡ଼ର ବିପଦ ପୂର୍ବାନୁମାନ, ଏହା ଏକ ସାଇକ୍ଲୋନିକ ଝଡ଼ରେ ହେବ ପରିଣତ
ଏହା ପାଗ ଅନୁକୂଳ ସୂଚାଉଥିବାରୁ ମୌସୁମୀ କେରଳ ଛୁଇଁବା ସମ୍ଭାବନା ରହିଛି । ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳରେ ପାଖାପାଖି 300 କିମି ଦୂରରେ ମୌସୁମୀ ରହିଛି । ୧୫ ପରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା ଥିବା ବେଳେ ଏହା ପୂର୍ବରୁ ପ୍ରାକ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି ।
