ବରଗଡ: କେନ୍ଦ୍ରୀୟ ଆୟକର ବିଭାଗର ଚଢ଼ାଉ । ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ କେନ୍ଦ୍ରୀୟ ଆୟକର ବିଭାଗର ଚଢ଼ାଉ ଜାରି ରହିଛି । ବରଗଡ଼ ସଦର ଥାନା ଅନ୍ତର୍ଗତ ସଁୟା ସ୍ଥିତ ବାଲଗୋପାଲ ଅଏଲ ମିଲକୁ ପ୍ରଥମେ କେନ୍ଦ୍ରୀୟ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଉକ୍ତ ମିଲର ଚାଟେର୍ଡ ଆକାଉଣ୍ଟାଣ୍ଟ ଓମ ପଂନସାରିଙ୍କ ଘର ଓ ଅଫିସରେ ଚଢ଼ାଉ ଜାରି ଥିବାବେଳେ ଅନେକ ବ୍ୟବସାୟୀ ଆୟକର ନଦେଇ ଫାଙ୍କୁ ଥିବାରୁ ଏହି ଚଢ଼ାଉ ଜାରି ରହିଛି ।
ଏଥିରେ ବଡ଼ ବଡ଼ ମିଲର୍ସ, ବ୍ୟବସାୟୀ ,ବିଲଡର୍ସ ଓ କଣ୍ଟ୍ରାକ୍ଟର ଥିବାର ସୂଚନା ରହିଛି । ଆଜି ବଡ଼ି ଭୋରରୁ ଜିଲ୍ଲାର 80 ଟି ସ୍ଥାନରେ କେନ୍ଦ୍ରୀୟ ଟିମ ଦ୍ୱାରା ଏହି ବଡ଼ ଧରଣର ଚଢ଼ାଉ ଜାରି ରହିଥିବାବେଳେ ବରଗଡ କାଳୀମନ୍ଦିର ନିକଟସ୍ଥ ଗଜlନନ କମ୍ପ୍ଲେକ୍ସର ଅନିଲ ଅଗ୍ରୱାଲଙ୍କ ଏସଏସ ଇନଫ୍ରା ସଲ୍ୟୁସନ ଅଫିସ ଓ ଘରେ ରେଡ୍ ଜାରି ରହିଛି l
ଆହୁରି ପଢନ୍ତୁ ଓଡିଶା ଖବର...