BhagyaBhabisyat | 6 Feb 2023 | Argus News
ଭିଜିଲାନ୍ସ ଜାଲରେ ପୋଲିସ ASI

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ପୋଲିସ ASI । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ଥାନା ମହୁଲ ପାଟଣା ଫାଣ୍ଡିରେ ।ଜଣେ ଲାଞ୍ଚୁଆ ପୋଲିସ ASI ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ସ୍ଥାନୀୟ ଅଞ୍ଚଳର ମହେଶ୍ୱର ସାଗରଙ୍କ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରକୁ ରିଲିଜ କରିବା ପାଇଁ ତାଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉ ଥିବାବେଳେ ପୂର୍ବରୁ ଛକି ବସିଥିବା କଳାହାଣ୍ଡି ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।
ଫାଣ୍ଡି ASI ମଳୟ ରଣାଙ୍କୁ କଳାହାଣ୍ଡି ଭିଜିଲାନ୍ସ ବିଭାଗ ଅଧିକ ପଚରା ଉଚୁରା କରୁଛି । ଭିଜିଲାନ୍ସ ଡ଼ିଏସପିଙ୍କ ତତ୍ୱାବଧାନରେ ଏହି ରେଡ଼ କରାଯାଇଥିଲା ବୋଲି ସୂଚନା ମିଳିଛି ।
Download Argus News App
