ଗାଡିରେ ୧୯ ଲକ୍ଷରୁ ଅଧିକ ଟଙ୍କା ଥିବା ଜଣା ଜଣାପଡିଛି। ଭିଜିଲାନ୍ସ ଟିମର ପ୍ରାଥମିକ ଭାବେ ପଚରାଉଚୁରା କରିଥିଲେ ମଧ୍ୟ ଜୟପ୍ରକାଶ ମହାନ୍ତି ଟଙ୍କା ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଶେଷକୁ ଭିଜିଲାନ୍ସ ତାଙ୍କୁ ଅଫିସକୁ ଆଣି ଅଧିକ ତଦନ୍ତ ଆରମ୍ଭ କରିଛି।
ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ଟିଡିସିସି ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି
ସୁନ୍ଦରଗଡ: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଆଦିବାସୀ ଉନ୍ନୟନ ସମଵାୟ ନିଗମ (ଟିଡିସିସି)ର ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି । ସୁନ୍ଦରଗଡ଼ ସହରରୁ ଏକ କାର ଯୋଗେ ଟଙ୍କା ନେଇ ଘରକୁ ଯାଉଥିବା ଖବରପାଇ ସୁନ୍ଦରଗଡ଼ ଭିଜିଲାନ୍ସ ଡିଏସପି ସୁଧାଂଶୁ ପୂଜାରୀଙ୍କ ନେତୃତ୍ଵରେ ଏକ ଟିମ ତାଙ୍କୁ ପିଛା କରି ମସ୍ନିକାନୀ ଟୋଲ୍ ପ୍ଲାଜାରେ ଅଟକାଇ ଯାଞ୍ଚ କରିଥିଲେ।
Download Argus News App
