ଯାଜପୁର: ବହୁଚର୍ଚ୍ଚିତ ମାମୁଁ-ଭଣଜା ଘାଇ ମାମଲାର ତଦନ୍ତ ଆରମ୍ଭ ହୋଇଛି। ବିବାଦୀୟ ଧର୍ମଶାଳା ରମ୍ଭାପୁର ଘାଇ ମାମଲାରେ ଭିଜିଲାନ୍ସ ଟିମ ତଦନ୍ତ କରୁଛି। କଟକ ଭିଜିଲାନ୍ସ ବିଭାଗର ଅତିରିକ୍ତ ଏସପି ହର ନାରାୟଣ ପତିଙ୍କ ନେତୃତ୍ୱରେ ୪ଜଣିଆ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । କ୍ୱାଲିଟି କଣ୍ଟ୍ରୋଲ ବୋର୍ଡ ଅଧିକାରୀ ମାନେ ମଧ୍ୟ ଏହି ଟିମରେ ରହିଛନ୍ତି।
ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ପରେ ବ୍ରାହ୍ମଣୀ ନଦୀ ଶାଖା କେଲୁଅ ନଦୀ ବନ୍ଧ ନିମ୍ନମାନର କାମ ଅଭିଯୋଗ ହୋଇଥିବା ନେଇ ତଦନ୍ତ କରାଯାଉଛି । ଗତବର୍ଷ ଅଗଷ୍ଟ 28 ତାରିଖରେ ଏହି ଅଘଟଣ ଘଟିଥିଲା । ରାତି 8ଟାରୁ 10 ଭିତରେ ଦୁର୍ବୃତ୍ତମାନେ ବିସ୍ଫୋରକ ଲଗାଇ ପାଖାପାଖି 300 ଫୁଟର ଘାଇ ସୃଷ୍ଟି କରିଥିବାର ଅଭିଯୋଗ ହୋଇଥିଲା।
ଅଭିଯୋଗ ଅନୁସାରେ, ଧର୍ମଶାଳା ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ ଓ ତାଙ୍କ ଜେଇଇ ମାମୁଁ ନରେନ ଜେନା ଏଥିରେ ସାମିଲ ଅଛନ୍ତି । ଘାଇ ମନୁଷ୍ୟକୃତ ବୋଲି ତତ୍କାଳୀନ ମୁଖ୍ୟ ଶାସନ ସଚିବ ଓ ଯାଜପୁର ଜିଲ୍ଲାପାଳ ମାନିଥିଲେ। କିନ୍ତୁ କିଛି ଆକ୍ସନ ନିଆଗଲାନି । ଏହା ପରେ ଲୋକାୟୁକ୍ତ, ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।