ହୀରାକୁଦରେ ଉତ୍କଟ ପାଣି ସମସ୍ୟାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବଗ ପ୍ରକାଶ କରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ପୁର୍ବରୁ 12 ହଜାରରୁ 15 ହଜାର କ୍ୟୁସେକ ଆସୁଥିଲା ହେଲେ ଏବେ 485 କ୍ୟୁସେକ ପାଣି ଆସୁଛି। ଟ୍ରିବ୍ୟୁନାଲ ଗଠନକୁ 7 ବର୍ଷ ହୋଇଗଲା। 1.252 ମିଲିୟନ ଏକର ପାଣି ଦିଆଯାଉ ଦାବିଥିଲା ଟ୍ରିବ୍ୟୁନାଲ ନିଷ୍ପତ୍ତି ନେଲା ନାହିଁ। ଟ୍ରିବ୍ୟୁନାଲ ଇଣ୍ଟେରିମ ରିଲିଫ୍ ଦେଲେ ନାହିଁ କାହିଁକି। ତାଙ୍କଠୁ ନ୍ୟାୟ ଅପେକ୍ଷା ନକରି । ଛତିଶଗଡ଼ ସରକାର ଯଦି କିଛି ପାଣି ଛାଡିବେ ତାହେଲେ କିଛି ସମାଧାନ ହେବ।
ଅଧିକ ଖବର ପଢ଼ନ୍ତୁ: କମିବାରେ ଲାଗିଛି ହୀରାକୁଦର ଜଳସ୍ତର
ଛତିଶଗଡ ମନମୁଖୀ ବ୍ୟାରେଜ ନିର୍ମାଣର ପ୍ରଥମ ପ୍ରଭାବ ଓଡ଼ିଶାରେ ଏବେ ପଡୁଛି। ଡ଼ିସେମ୍ବରରୁ ଏ ସମସ୍ୟା ଆରମ୍ଭ ହେଲାଣି ଏବେ ମାର୍ଚ୍ଚ ହେଲାଣି। ସରକାର ଜାଣିଥିଲେ। ଆଉ ମେ ବେଳକୁ କଣ ହେବ ଅନୁମାନ କରିବା ମୁସ୍କିଲ। ଜୁନ୍ ମାସରେ ହୀରାକୁଦ ଡେଡ ଷ୍ଟୋରେଜ ଲେଭଲ୍ ହୋଇଯିବ। ଛତିଶଗଡ଼ ସରକାର ଏବଂ ଟ୍ରିବ୍ୟୁନାଲ୍ ଦାୟୀ। ଅଣ ମୌସୁମୀ ସମୟରେ ସମସ୍ୟା ପାଇଁ ଇବ ଆଉ ଅଙ୍ଗ ପ୍ରକଳ୍ପ ସହ ତଳମୁଣ୍ଡରେ ବ୍ୟାରେଜ ନିର୍ମାଣ କରିପାରିଥାନ୍ତେ । 7 ବର୍ଷ ଭିତରେ ସରକାର ଚାହିଁଥିଲେ 2ରୁ 3ଟି ବ୍ୟାରେଜ କରିପାରିଥାନ୍ତେ। ରାଜ୍ୟ ସରକାର ସବୁ ଜାଣି କେମିତି ନୀରବ ରହିଲେ। ଏତେ ବଡ ସମସ୍ୟାକୁ ସରକାର ଗୁରୁତର ସହ ନନେଇ କାହିଁ ଖାମଖିଆଲ ଭାବେ ନେଲେ। ବିଧାନସଭାରେ ସବୁ ଦିଗକୁ ନେଇ ସଦସ୍ୟା ମାନେ ଆଲୋଚନା କାରଣ ତୁ। ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତିରେ ଏହି ସମସ୍ୟାର ସମାଧାନ କରନ୍ତୁ।