ଯଦି ଏହା ଭିତରେ ସଂକ୍ରମଣ ପୁଣି ବଢେ ତାହାଲେ ଆକଳନ ଭୁଲ ହୋଇପାରେ। ସଂକ୍ରମଣ ସବୁ ଜିଲ୍ଲାରେ ରହିଛି। ଲୋକମାନଙ୍କ ବ୍ୟବହାରରେ ଯେମିତି ସଂକ୍ରମଣ ନ ବଢ଼ୁ ସେ ନେଇ ଯତ୍ନବାନ ହେବାର ରହିଛି।
କେବଳ ସହରରେ ନୁହେଁ ଗାଁ ମାନଙ୍କରେ ମଧ୍ୟ ସଂକ୍ରମଣର ଉପସ୍ଥିତି ରହିଛି । ରାଜ୍ୟରେ କିଛି ଦିନ ହେବ ମୃତ୍ୟୁ ସଂଖ୍ୟା ୬ ରୁ ୭ ଭିତରେ ରହୁଛି। ରାଜ୍ୟରେ ମୃତ୍ୟୁସଂଖ୍ୟା କମ ଅଛି। ଯେତିକି ସରକାରଙ୍କ ତଥ୍ୟ ଦିଆଯାଇଛି ୯୫ ପ୍ରତିଶତ ବହୁବିଧ ରୋଗୀ ରହୁଛନ୍ତି। ବର୍ତ୍ତମାନର ମୃତ୍ୟୁ ସଂଖ୍ୟା ଦେଖି କହି ହେବ ନାହିଁ ରାଜ୍ୟରେ ମୃତ୍ୟୁ ବଢିଛି ବୋଲି।