ଅନ୍ୟପଟେ ରାଜ୍ୟରେ ଘରକୁ ଘର ଟୀକାକରଣ ଜାରି ରହିଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହି । ଆଜି ସୁଦ୍ଧା 4 କୋଟି 82 ଲକ୍ଷ୍ୟ ଟୀକା ଦେଇ ସାରିଲୁଣି । 2 କୋଟି 88 ଲକ୍ଷ୍ୟ ପ୍ରଥମ ଡୋଜ ଦେଇଛୁ । 37 ଲକ୍ଷ ଲୋକ ପ୍ରଥମ ଡୋଜ ଟୀକା ଏବେ ବି ନେଇ ନାହାଁନ୍ତି । ଓମିକ୍ରନକୁ ଦୃଷ୍ଟିରେ ରଖି ସର୍ଭିଲାନସ ଜୋରଦାର କରାଯାଉଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ।

ଅର୍ଗସ ବ୍ୟୁରୋ: ବଢୁଥିବା ଓମିକ୍ରନ୍ ଭାରିଏଣ୍ଟକୁ ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା । ଦୁଇଟି ଷ୍ଟଡ଼ି କହୁଛି ଓମିକ୍ରନର ପ୍ରଭାବ ବିଶେଷ ହୋଇନପାରେ । କିନ୍ତୁ ପୂର୍ବପରି ଆମକୁ ସଜାଗ ରହିବାକୁ ପଡିବ । ଭିଡ଼ ନିୟନ୍ତ୍ରଣ ସବୁଠୁ ଗୁରୁତ୍ୱ ବୋଲି ସେ କହିଛନ୍ତି ।

ଅର୍ଗସ ବ୍ୟୁରୋ : ବାହାନଗା ହାଇସ୍କୁଲ ପରିସରର କୁଢ କୁଢ ଶବ। ପଲିଥିନ୍ ଆଉ ଧଳା କାନାର ଆବରଣ ଶୋଇଛନ୍ତି ନିର୍ଜିବ ମଣିଷ। ସମସ୍ତେ ଅପରିଚିତ, ସମସ୍ତେ ନିଥର। କିନ୍ତୁ ଏଇ ଶବ ଗଦା ଭିତରେ ଗୋଟାଏ ହାତ ଥରୁଥିଲା। କହୁଥିଲା, ମୋତେ ଏ ବିବତ୍ସ ପରିବେଶ ଭିତରୁ ମୁକ୍ତି ଦିଏ। ମୃତ ମୁଁ ନୁହେଁ, ମୁଁ ଜୀବିତ। ଦେଖିଲା ଲୋକେ ଚମକି ପଡିବା ସ୍ବଭାବିକ୍। କିନ୍ତୁ ଶବ ଗଦା ଭିତରୁ ଏହି ହାତ ହିଁ କହିଥିଲା, ମୁଁ ବିଶ୍ବଜିତ୍ ଆଜି ମୃତ୍ୟୁଞ୍ଜୟି ହୋଇଛି। ମୃତ୍ୟୁର ପଞ୍ଝାରୁ ମୁକୁଳି ଆସିଛି।
ଦର୍ଶକବନ୍ଧୁ ଆପଣ ଏ ଅବତାରଣା ଶୁଣିବା ପରେ ଭାବୁଥିବେ, ଆମ ସତ କହୁଛୁ ନା ଗପ କହୁଛୁ। ନା...ଆଜ୍ଞା ଏହା ଗପ ନୁହେଁ। ବାହାନଗା ଟ୍ରେନ ଟ୍ରାଜିଡିର ଗୋଟେ ଚମକାଇଲା ଭଳି ଖବର। ମରଣ ମୁହଁରୁ ବଞ୍ଚି ଯାଇଥିବା ଏ ବ୍ୟକ୍ତି ଜଣକ ହେଉଛନ୍ତି ପଞ୍ଚିମବଙ୍ଗର ୨୪ ବର୍ଷିୟ ବିଶ୍ବଜିତ ମଲ୍ଲିକ।
ଜୁନ ୨ ତାରିଖରେ ସାଲିମାର ଷ୍ଟେଶନରେ କରୋମଣ୍ଡଳ ଏକ୍ସପ୍ରେସରେ ଚଢିଥିଲେ ହେଳାରାମ ମଲ୍ଲିକଙ୍କ ପୁଅ ବିଶ୍ବଜିତ୍। ହେଲେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଆଗରୁ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହେଲା। ଖବର ପାଇଁ ହେଳାରାମ ଆଉ ହେଳା ନ କରି ଧାଇଁ ଆସିଲେ ବାଲେଶ୍ବର। ତାଙ୍କ ପୁଅ ବଞ୍ଚିବ ଏଇ ଆଶାରେ ସେ ଆମ୍ବୁଲାନ୍ସ ନେଇ ଦୀର୍ଘ ୨୩୦ କିମି ପଥ ଅତିକ୍ରମ କଲେ। ବାହାନଗାରେ ପହଞ୍ଚି ଛାତିକୁ ପଥର କରି ଗୋଟି ଗୋଟି ମୃତଦେହ ତନଖି କଲେ।
ମିରାକଲ ହେଲା। ଚମକିପଡିଲେ ହେଳାରାମ। ଶବ ଗଦା ଭିତରେ ତାଙ୍କ ପୁଅ ବଞ୍ଚିଥିଲା। ବାପାର ବିଶ୍ବାସ ରହିଗଲା। ତୁରକ୍ତ ତାଙ୍କୁ ବାଲେଶ୍ବର ଡାକ୍ତରଖାନାକୁ ଅଣାଗଲେ। ଚିକିତ୍ସା ପରେ ବିଶ୍ବଜିତ ଏବେ ସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛି। ଯିଏ ଦେଖୁଛି ସିଏ କହୁଛି, ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
