ଗତ 9 ବର୍ଷର ସୁଶାସନରେ କେନ୍ଦ୍ର ନେତୃତ୍ଵାଧୀନ ମୋଦୀ ସରକାରଙ୍କ ଅମଳରେ ହୋଇଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନାର ବିଭିନ୍ନ ପ୍ରକଳ୍ପକୁ ବିକାଶ ତୀର୍ଥ ନାମରେ ଅଭିହିତ କରି ବିଜେପି ନେତୃମଣ୍ଡଳୀ ସେଗୁଡିକ ପରିଦର୍ଶନ କରିଛନ୍ତି ।
ପିଏମ ଗତିଶକ୍ତି ଅଧୀନରେ ଥିବା ଭାରତମାଳା ପରିଯୋଜନାରେ ରାୟପୁଟ- ବିଶାଖାପାଟ ରାସ୍ତାରେ ନବରଙ୍ଗପୁର ଦେଇ ଯାଉଥିବାବେଳେ ରାସ୍ତାନିର୍ମାଣ କାର୍ଯ୍ୟ ତ୍ଵରିତ ଗତିରେ ଚାଲିଛି । ରାଜ୍ୟ ବିଜେପି ଉପ ସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ ନେତୃତ୍ଵରେ ବିଜେପି ନେତୃମଣ୍ଡଳୀ ସଦର ବ୍ଲକର ଦେଉଳା ଠାରେ ନିର୍ମିତ ହେଉଥିବା ଭାରତମାଳା ରାସ୍ତା ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଥିଲେ ।
ଦେଶର ଇକୋନୋମିକ କରିଡର ହେବାକୁ ଥିବା ଏହି ଭାରତମାଳା ପରିଯୋଜନାରେ ଦ୍ରୁତ ଗତିରେ ଆଗେଇ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ । ପରେ କେନ୍ଦ୍ର ସରକାରଙ୍କ ଦ୍ଵାରା ସ୍ଥାପିତ ମଡେଲ ଡିଗ୍ରୀ କଲେଜ, ଓଡିଶା ଆଦର୍ଶ ବିଦ୍ୟାଳୟ ସହ ପୋଷ୍ଟ ଅଫିସ ପରିଦର୍ଶନ କରିଥିଲେ । ଗତ 9 ବର୍ଷ ମଧ୍ୟରେ ମୋଦି ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ବିକାଶ ଯାତ୍ରା ଆରମ୍ଭ ହୋଇଥିବାବେଳେ ଜନସାଧାରଣ ଏହାର ସୁଫଳ ପାଇପାରୁଛନ୍ତି ।
ମୋଦି ଜୀ ବିକାଶର ଏହି ଧାରା ଆଗକୁ ଅବ୍ୟାହତ ରହିବ ବୋଲି ରାଜ୍ୟ ବିଜେପି ଉପ ସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଓ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଗୌରୀଶଙ୍କର ମାଝୀ ଆଶା ପ୍ରକାଶ କରିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...