ସୁନ୍ଦରଗଡ: ଫୁଣି ଫେରିଲା ଗୋଠ ଛଡା ଦୁଇଟି ଦନ୍ତା। ହାତୀ ଘଉଡ଼ାଇ ବାକୁ ଯାଇ ବନ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି ଗ୍ରାମବାସୀ। ପାଞ୍ଚ ଆହତ ମେଡିକାଲ୍ ରେ ଭର୍ତ୍ତି ଥିବା ସୂଚନା। ସୁନ୍ଦରଗଡ଼ ଜିଲ୍ଲା ବଣେଇ ରେଞ୍ଜର, ତଳିତା, ନୂଆଡ଼ିହି, କୁରଡ଼ା, ସାତ କୁଟା, କଂସର ଘୁଷୁରା, ବେଲଡ଼ିହି ଅଂଚଳରେ ହାତୀ ପଶି ଉତ୍ପାତ କରିବା ସହ 100ରୁ ଉର୍ଦ୍ଧ ଘର ଭଙ୍ଗିଛନ୍ତି।
ଗତକାଲି ରାତିରେ ବନ କର୍ମଚାରୀ ହାତୀ ଘଉଡାଇବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରୋଶର ସିକାର ହୋଇଛନ୍ତି। ଲୋକଙ୍କ ଦାବି ଯେ ଦୁଇଟି ହାତୀକୁ ଟ୍ରାଙ୍କୁଳାଇଜାର କରିବା ପାଇଁ କିନ୍ତୁ ବନ କର୍ମଚାରୀଙ୍କ ପାଇଁ ତାହା ସମ୍ଭବ ନଥିଲା । ଶେଷରେ ଲୋକେ ଉତ୍ୟକ୍ତ ହୋଇ 5 ବନ କର୍ମଚାରୀଙ୍କୁ ମାଡ଼ ମାରିବା ସହ କର୍ମଚାରୀଙ୍କ ଟର୍ଚ୍ଚ କୁ ଚଢାଇ ନେଇଥିଲେ ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।