ତେବେ ପୂର୍ବରୁ ମଧ୍ୟ ଏଭଳି ଘଟଣା ଅନେକ ଥର ଘଟିଛି । ନିକଟରେ ଜଣେ ଗର୍ଭବତୀଙ୍କୁ ଭାରରେ ବୋହି ଡାକ୍ତରଖାନା ନିଆଯାଇଥିଲା । ଗାଁକୁ ରାସ୍ତା ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ କର୍ଣ୍ଣପାତ କରୁନି ପ୍ରଶାସନ । ଯାହା ଫଳରେ ରୋଗୀ ଓ ଗର୍ଭବତୀ ଏଭଳି ଦଶା ଭୋଗୁଛନ୍ତି । ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି ଅଞ୍ଚଳବାସୀ ।
ବାରମ୍ବାର ଏଭଳି ଚିତ୍ର ସାମ୍ନାକୁ ଆସୁଛି। କିଛି ଦିନ ତଳେ ମାଲକାନଗିରି ହଣ୍ଡରହାଲ୍ ପଞ୍ଚାୟତର ଖାଲଗୁଡ଼ା ଗ୍ରାମରେ ଭଙ୍ଗା ଚୌକିରେ ରୋଗୀ ବୁହା ହେବାର ଚିତ୍ର ଦେଖିବାକୁ ମିଳିଥିଲା। ଏହା ସହିତ ଖଟିଆରେ ରୋଗୀ ବୁହା ହେବାର ଚିତ୍ର ବି ବାରମ୍ବାର ସାମ୍ନାକୁ ଆସୁଛି।
ଆହୁରି ଅଧିକ ଓଡିଶାର ଅନ୍ଯାନ୍ଯ ତାଜା ଖବର ପଢ଼ନ୍ତୁ ।