ସୂଚନାନୁଯାୟୀ, ଛେଣ୍ଡିପଦା ଅଞ୍ଚଳରେ ବେଆଇନ ବାଲି ଚାଲାଣ ହେଉଥିବା ବେଳେ ତହସିଲ୍ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନେଉନଥିବାରୁ ବାଲି ମାଫିଆ ମାନେ ବେଧଡକ ଭାବେରେ ବାଲି ଚୋରି କରୁଥିବା ଅଭିଯୋଗ ହୋଇଛି । ଟିକିରା ନଦୀରୁ ବାଲି ଚାଲାଣ ହେଉଥିବାରୁ ଚାଙ୍ଗୁଡିଆ ଗ୍ରାମବାସୀ ଙ୍କ ରାସ୍ତା ନଷ୍ଟ ହେଉଥିବା ଓ ଯାତାୟାତରେ ଅନେକ ଅସୁବିଧା ସମୁଖୀନ ହେଉଛନ୍ତି । ଏ ସମ୍ପର୍କରେ ପ୍ରଶାସନ କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ଅଧିକାରୀ ମାନେ ଚୁପୁ ରହୁଥିବାରୁ ଆଜି ଗ୍ରାମବାସୀ ମାନେ ଗ୍ରାମରେ ଯାତାୟାତ କରୁଥିବା ବେଆଇନ ବାଲି ଗାଡି ଗୁଡିକ ଅଟକ ରଖିଛନ୍ତି ।
ଫଳରେ ଗ୍ରାମରେ ଉତେଜନା ପରିସ୍ଥିତି ଦେଖାଦେଇଛି । ଅନ୍ୟପକ୍ଷରେ ଦିର୍ଘ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନାହାନ୍ତି ।